-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ସମ୍ବଲପୁର(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଛି । ୧୮ ରୁ ୪୪ ବୟସ୍କ ଲୋକଙ୍କ ପାଇଁ ଏହି କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳରେ ଏହି ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ମହାନଗର ନିଗମର ୧୭ ଟି ଟୀକାକରଣ କେନ୍ଦ୍ରର ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ୩ଟି କେନ୍ଦ୍ର, ବୁର୍ଲା ଭୀମସାର ଅଧୀନରେ ୨ଟି କେନ୍ଦ୍ର ରହିଥିବା ବେଳେ ସେହିପରି କ୍ଷେତରାଜପୁର ଅର୍ବାନ ପିଏଚସି, ଯେ ପି ଏମ ଅର୍ବାନ ପିଏଚସି , ଚାଆଁରପୁର ଅର୍ବାନ ପିଏଚସି, ମାନେଶ୍ବର ଅର୍ବାନ ପିଏଚସି, ଧନୁପାଲି ଅର୍ବାନ ପିଏଚସି, ହୀରାକୁଦ ଅର୍ବନ ପିଏଚସି, ଅଇଁଠା ପାଲି ଅର୍ବାନ ପିଏଚସି, ଧନକଉଡ ଅର୍ବାନ ପିଏଚସିରେ ଗୋଟିଏ ଲେଖାଏଁ ଟୀକାକରଣ କେନ୍ଦ୍ର କରାଯାଇଛି। ଏହାସହ ସହରର ୪ଟି ପ୍ରମୁଖ ସ୍କୁଲରେ ମଧ୍ୟ ଟୀକାକରଣର କେନ୍ଦ୍ର କରାଯାଇଛି । ଟୀକାକରଣ ପାଇଁ ଯୁବପିଢି ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଅନଲାଇନ ପଞ୍ଜିକରଣ କରିବା ସହ ସ୍ପଟ୍ ବୁକ କରିଥିବା କହିଛନ୍ତି। ପ୍ରତି କେନ୍ଦ୍ରକୁ ୧୦୦ ଡୋଜ ଲେଖାଏଁ ଟୀକାକରଣର ଅନୁମତି ରହିଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ ସେନା ସବୁ ଟୀକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅନ୍ୟପଟେ ୪୫ରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କ ଦ୍ଵିତୀୟ ଡୋଜ ଟୀକାକରଣ ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୧୪ ହଜାର ୩୭୬ ଜଣ ୪୫ବର୍ଷରୁ ଅଧିକ ବୟସ୍କ ଲୋକ ଟିକା ନେଇ ସାରିଥିବା ବେଳେ ସେଥିରୁ ୨୩୪୬୯ ଜଣ ଦ୍ଵିତୀୟ ଡୋଜ ନେଇ ସାରିଛନ୍ତି । ଆଗକୁ କୋଭିସିଲ୍ଡ ଟିକାର ଉପଲବ୍ଧତା ଉପରେ ଟୀକାକରଣର ହାର ବଢିବ।