-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ବଲାଙ୍ଗିର (ପ୍ରେରଣା ଖବର) : ମହାମାରୀ ସମୟରେ ଯେମିତି କେହି ଭୋକିଲା ନ ରହିବେ ଏବଂ ଯଥାସମ୍ଭବ ବଲାଙ୍ଗୀର କୁ କ୍ଷୁଧା ମୁକ୍ତ କରିବାକୁ ବଲାଙ୍ଗୀରର ଏକାଧିକ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମାଜିକ ଦାୟିତ୍ଵ ନିର୍ବାହ କରୁଛନ୍ତି l ଜିଲ୍ଲାର
ଅଗଣିତ ଭୋକିଲା ଙ୍କ ମୁହଁରେ ଚେନାଏ ହସ ଫୁଟାଇ ପାରିଥିବା ଏପରି ଏକ ଅନୁଷ୍ଠାନ ହେଉଛି ପଶ୍ଚିମ ଓଡିଶା ଯୁବା ମଂଚ (WOYM) । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏବଂ ସ୍ମାଇଲ ଫର୍ ଅଲ୍ ସଂଗଠନର ମିଳିତ ଉଦ୍ୟ ରେ ଗତକାଲି ମଠାରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମାଗଣା ସୁଷମ ଖାଦ୍ୟ ବଣ୍ଟନ ଆରମ୍ଭ। ସୋମବାର ରୁ ଶୁକ୍ରବାର ରାତି ରେ ଏବଂ ଶନିବାର ଓ ରବିବାର ଉଭୟ ମଧ୍ୟାନ୍ନ ତଥା ରାତିରେ ଖାଦ୍ୟ ବଣ୍ଟନ ଚାଲୁ ରହିବ। ଏହାସହ ସହରର ଯେକୌଣସି
ସ୍ଥାନରେ ଅସହାୟ ଲୋକଙ୍କୁ ଏବଂ ନିରାଶ୍ରୟ ଲୋକଙ୍କୁ ବୁଲି ବୁଲି ଖାଇବା ଯୋଗାଇ ଦିଆଯାଉଛି। ଜନସାଧାରଣ ତଥା ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ମାନଙ୍କୁ ସହଯୋଗ ର ହାତ ବଢାଇବାକୁ ପଶ୍ଚିମ ଓଡିଶା ଯୁବା ମଞ୍ଚର ସମ୍ପାଦକ ଅଭିଷେକ ଦାସ ଅନୁରୋଧ।କରିଛନ୍ତି l