-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ବୀରମହାରାଜାପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଚୁପକାଦାଦର ଗ୍ରାମର ବାବୁଲାଲ ପଧାନ ଙ୍କ ସ୍ତ୍ରୀ ନମିତା ପଧାନ (୩୫) ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଚମ୍ପାମାଳ ଠାରେ ଏକ ଭଡାଘରେ ବାବୁଲାଲ ସପରିବାର କୁ ନେଇ ରହୁଥିଲା । ଗତ କିଛି ଦିନ ହେବ ତାଙ୍କର ସ୍ତ୍ରୀ ନମିତା ଙ୍କ କୋଭିଡ ପଜେଟିଭ ରିପୋର୍ଟ ଆସିବା ପରେ ସଂଗରୋଧ ଗୃହରେ ରହିଥିଲେ । ଶନିବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ହିକୁଡି ଠାରେ ଥିବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ୯ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ନମିତାଙ୍କ ର ଦୁଇଟି ଛୋଟ ପୁଅ ଝିଅ ଅଛନ୍ତି । ବୀରମହାରାଜାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆ ଙ୍କ ତତ୍ତ୍ୱାବଧାନରେ ଖଣ୍ଡହତା ପଞ୍ଚାୟତ ର ବଡକିରାସିରା ଜଙ୍ଗଲରେ ଉଦିଷ୍ଟ କୋଭିଡ୍ ଶବଦାହ କେନ୍ଦ୍ରରେ ଶବ ସତ୍କାର କରାଯାଇଥିଲା । ଖଣ୍ଡହତା ପଞ୍ଚାୟତ ସରପଞ୍ଚ ଆଶା ସାହୁ, ନିତ୍ୟାନନ୍ଦ ପଧାନ, ଯୁବ ସମାଜସେବୀ ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୀରମହାରାଜାପୁର ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହେଲାପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।