-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ) : ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ଏପ୍ରିଲ ୨୨ ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ।
ଦୀର୍ଘଦିନ ଧରି କରୋନାରେ ପୀଡିତା ହେବା ପରେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା ଓ ପାଖାପାଖି ଅପରାହ୍ନ ୩ .୫୦ ସମୟରେ ତାଙ୍କର ପରଲୋକ ହୋଇଥିଲା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
୨୩ ମାର୍ଚ୍ଚ ୧୯୪୩ରେ ପୁରୀରେ ଜନ୍ମଲାଭ କରିଥିବା ରଘୁନାଥ ମହାପାତ୍ରଙ୍କ କଳାକୃତୀ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଆଦୃତି ଲାଭ କରିଛି । ରଘୁନାଥଙ୍କ ଏହି କଳା ପାଇଁ ଭାରତ ସରକାର ପ୍ରଥମେ ପଦ୍ମଶ୍ରୀ, ପରେ ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରିଥିଲେ । ୨୦୧୮ରେ ବିଜେପି ପକ୍ଷରୁ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟରେ ୨ୟ କୋଣାର୍କ ଗଠନ କରିବା ତାଙ୍କର ସ୍ୱପ୍ନ ଥିଲା, ଯାହା ଆଜି ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଯାଇଛି ।
ପୂର୍ବରୁ ରଘୁନାଥ ମହାପାତ୍ରଙ୍କ ଅସୁସ୍ଥତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଓଡ଼ିଶାର ଏଭଳି ଏକ ରତ୍ନଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ରଘୁନାଥ ମହାପାତ୍ରଙ୍କ ଏଭଳି ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ।