-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ୱର୍ଗତ ଡ.ଅଜାମ୍ବର ମଲ୍ଲଙ୍କ ଭିରଚୁଆଲ ସୃତି ସଭା ଅନୁଷ୍ଠିତ ହୋଇଥିଲା।ନିର୍ଝରିଣୀର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସମ୍ଫାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ଡ.ମଲ୍ଲ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ବକ୍ତା,ସ୍ତମ୍ଭକାର, ଲେଖକ ସହିତ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ।କରୋନା ଯୋଗୁଁ ଶୁଭେଚ୍ଛୁ ମାନେ ଅନଲାଇନରେ ସର୍ବପ୍ରଥମେ ଆତ୍ମାର ସଦଗତି ପାଇଁ ଦୂଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପ୍ରାର୍ଥନା ପରେ କଣ୍ଠଶିଳ୍ପୀ ଅଶୋକ ସାହୁ ଭଜନ ପରିବେଷଣ କରିଥିଲେ।ଏହି ସଭାରେ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଭିକାରୀ ଚରଣ ମିଶ୍ର, ଗଜାନନ ମିଶ୍ର, ସୁକାନ୍ତ ସାହୁ,ସବିତା ଭୋଇ,ଜ୍ୟୋତିପ୍ରକାଶ ଗଡତ୍ୟା, ନାରାୟଣ ମିଶ୍ର,ସୁରୁଚି ମିଶ୍ର, ରାଜମଣି ସାହୁ,ରାଜୀବ ପ୍ରସାଦ ଭୋଇ,ଧିରାମଣି ଦାସ, ବୃନ୍ଦାବନ କୁମ୍ଭାର, ମଧୁସୂଦନ ମିଶ୍ର, ଗୀତାଞ୍ଜଳି ରଥ,ଆଶିଷ ରଥ,ଅଶୋକ ସାହୁ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।