-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): ମୃତ୍ୟୁ କେତେବେଳେ କିପରି ଆସିବ ତାହା କେହି ବି କହି ପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି । ଶନିବାର ଏକ ଟ୍ରଲର ଲୁହା ବୋଝେଇ ଏକ କଣ୍ଟେନର ନେଇ ଆସୁଥିବା ବେଳେ ହମ୍ପସ୍ ପାଖରେ ବ୍ରେକ ମାରିବାରୁ ପଛରେ ଥିବା ଲୁହା ବୋଝେଇ କଣ୍ଟେନର ବେଲ୍ଡ ଛିଡି ଯାଇଥିଲା । ଫଳରେ କଣ୍ଟେନରଟି ଆଗ କ୍ୟାବିନକୁ ଚାପି ଦେବାରୁୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଝାଡ଼ଖଣ୍ଡ ଜାମସେଦପୁରର ସନ୍ତୋଷ କୁମାର ଜାଦବ (୪୦) । ଗୁରୁତର ଆହତ ହେଲପର ହେଲେ ଝାଡ଼ଖଣ୍ଡର ଶିଶିର କୁମାର (୩୭) । ପୁଲିସ ସନ୍ତୋଷଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ବେଳେ ହେଲପର ଶିଶିରଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରିଛି । ଏନେଇ ଖଣ୍ଡଗିରି ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ଶନିବାର ରାତି ପ୍ରାୟ ୩ଟା ସମୟରେ ଏକ ଟ୍ରଲର ଲୁହା ବୋଝେଇ କରି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ୧୬ ନମ୍ବର ଜାତୀୟ ରାଜପଥର ଆଇଗିଣିଆ ଟ୍ରାଫିକ ଛକ ନିକଟରେ ଥିବା ହମ୍ପସକୁ ଦେଖି ଚାଳକ ବ୍ରେକ ମାରିଥିଲେ । ଫଳରେ ଟ୍ରଲର ଉପରେ ବୋଝେଇ ହୋଇଥିବା କଣ୍ଟେନର ଲକ ବେଲ୍ଟ ହଠାତ ଛିଡିଯିବା ସହ କଣ୍ଟେନରଟି ଟ୍ରଲର କ୍ୟାବିନ ଉପରେ •ପ ିହୋଇ ହୋଇଯାଇଥିଲା । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ୩ ଟି କ୍ରେନ ସହାଯୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେତୁ ଚାଳକଙ୍କ ମୃତୁ୍ୟ ହୋଇଯାଇଥିଲା । ସକାଳ ୭ ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ଦୁର୍ଘଟଣାରେ ରାଜପଥ ପ୍ରାୟ ୫ ଘଣ୍ଟା ଧରି ଜାମ ହୋଇଥିଲା । ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ରାଜପଥରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।