-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
08-May-2021
ଅମରାବତୀ: ଓଡ଼ିଶାରୁ ଅକ୍ସିଜେନ୍ ନେଇ ନିଖୋଜ ହୋଇଯାଇଥିବା ଏକ ଟ୍ୟାଙ୍କରକୁ ଆନ୍ଧ୍ରପ୍ରଦେଶ ପୋଲିସ ଠାବ କରିଛି। ଫଳରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପାଖାପାଖି ୪୦୦ ଗୁରୁତର ଆକ୍ରାନ୍ତ।
ଓଡ଼ିଶାରୁ ୧୮ ଟନ୍ ଅକ୍ସିଜେନ୍ ନେଇ ଟ୍ୟାଙ୍କରଟି ବିଜୟଓ୍ବାଡ଼ା ଯାଉଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ନିଖୋଜ ହୋଇଯାଇଥିଲା। ବିଜୟଓ୍ବାଡ଼ାର ସରକାରୀ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୦୦ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅତି ଜରୁରୀ ଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ଟ୍ୟାଙ୍କରକୁ ଅପେକ୍ଷା କରିଥିବା ବେଳେ ଏହା ପହଞ୍ଚତ୍ବାରେ ବିଳମ୍ବ ହେବାରୁ ପୋଲିସକୁ ଖବର ଦିଆଯାଇଥିଲା। ଓଡ଼ିଶା-ବିଜୟଓ୍ବାଡ଼ା ରାସ୍ତା ଯେଉଁସବୁ ଜିଲା ପରିସରରେ ଆସୁଛି, ତାହାର ଏସ୍ପିମାନଙ୍କୁ ବିଜୟଓ୍ବାଡ଼ା ପୋଲିସ କମିଶନର ସତର୍କ କରାଇଥିଲେ। ଆନ୍ଧ୍ର ପୋଲିସ ପୂର୍ବ ଗୋଦାବରୀ ଜିଲାର ଧର୍ମବରମଠାରେ ଥିବା ଏକ ଢାବା ନିକଟରୁ ଟ୍ୟାଙ୍କରକୁ ଠାବ କରିଥିଲା। କ୍ରମାଗତ ଡ୍ରାଇଭିଂ ଯୋଗୁ ଟ୍ୟାଙ୍କର ଚାଳକ ଥକିଯାଇ ଢାବା ନିକଟରେ ଅଟକିଥିଲେ ବୋଲି ପୋଲିସକୁ କହିଥିଲେ। ସଙ୍ଗେ ସଙ୍ଗେ ପୋଲିସ ଏସ୍କର୍ଟରେ ଉକ୍ତ ଟ୍ୟାଙ୍କରକୁ ହସ୍ପିଟାଲ ପହଞ୍ଚିଥିଲା। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)