-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
07-May-2021
ଭୁବନେଶ୍ୱର, (ଶୁଭାଶିଷ ନାୟକ): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଛି । ରାଜଧାନୀରେ ଭୁବନେଶ୍ୱରରେ ମଧ୍ୟ ଏହାକୁ କଡ଼ାକଡ଼ି କରାଯାଇଛି । ଏପରି ସ୍ଥଳେ ଭୁବନେଶ୍ୱରରେ ବିବାହ ଓ ଶୁଦ୍ଧକ୍ରିୟା କରିବା ପାଇଁ ଡିସିପି ଅଫିସକୁ ଯାଇ ଆଉ ଅନୁମତି ମାଗିବାକୁ ପଡ଼ିବନାହିଁ । କମିସନରେଟ ପୁଲିସ ତରଫରୁ ଏଣିକି ହ୍ୱାଟ୍ସଆପ୍ ଜରିଆରେ ଲୋକଙ୍କୁ ଅନୁମତିପତ୍ର ପ୍ରଦାନ କରାଯିବ । ଏନେଇ ଭୁବନେଶ୍ୱର ଡିସିପି ଡ଼. ଉମାଶଙ୍କର ଦାଶ ଏକ ନମ୍ବର ଜାରି କରିଛନ୍ତି । ସେହି ନମ୍ବରଟି ହେଲା-୮୧୪୪୨୦୭୧୦୦ । ଏହି ନମ୍ବରରେ ଲୋକମାନେ କଲ୍ କରି ଅନୁମତିପତ୍ର ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଜାରି ହୋଇଥିବା ମୋବାଇଲ ନମ୍ବର ଡିସିପି ଲାଇସେନ୍ସ ସେଲ୍ ଅଫିସରଙ୍କ ଅଟେ । ଏହି ଅଫିସରଙ୍କୁ ଲୋକମାନେ ସିଧା କଲ୍ କରିପାରିବେ । କଲ କରିବା ପରେ ଏକ ଫର୍ମ ହ୍ୱାଟ୍ସଆପରେ ଆପଣଙ୍କ ପାଖକୁ ପଠାଯିବ । ପରେ ସେହି ଫର୍ମକୁ ପୂରଣ କରି ପୁଣି ପଠାଇବେ । ଏହାପରେ ଡିସିପି ଲାଇସେନ୍ସ ସେଲ୍ ପକ୍ଷରୁ ବିବାହ ଓ ଶୁଦ୍ଧକ୍ରିୟା ପାଇଁ ଅନୁମତି ଦିଆଯିବ । ଏହି ଅନୁମତିପତ୍ର ଆପଣଙ୍କୁ ହ୍ୱାଟ୍ସଆପ୍ ଜରିଆରେ ପଠାଯିବ । ଏହାର କପି ବାହାର କରି ଆପଣ ନିଜ ପାଖରେ ରଖିବା ସହ ଆବଶ୍ୟକସ୍ଥଳେ ତା’ର ବ୍ୟବହାର କରିପାରିବେ ।