-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
04-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ଠାରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ହାଇଜେନିକ କିଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡକ୍ରସର ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରକାଶ ପରିଡା,ଓ ଜିଲ୍ଲା
ଅଫିସର ସୁବାଷ ଚନ୍ଦ୍ର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ସରୋଜ କୁମାର ମହାପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମୁଖ୍ୟଅତିଥି, ଶ୍ରୀ ସତ୍ୟଜିତ କାଣ୍ଡେଲକର,ଭାରପ୍ରାପ୍ତ ଥାନା ଅଧିକାରୀ ଓ ଶ୍ରୀମତୀ ସସ୍ମିତା ମହାନନ୍ଦ, ସରପଞ୍ଚ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ମାଝିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ଅତିଥି ମାନେ
କରୋନା ସଚେତନତା ଉପରେ ଅଭିଭାଷଣ ଦେବା ପରେ ଡେଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାମ ନାରାୟଣ ଦାଶ, ଜୁନିୟର ରେଡକ୍ରସ ପରାମର୍ଶ ଦାତା ହାତ ଧୋଇବାର ଛଅ ଗୋଟି ସୋପାନ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିକି ଦେଖେଇଥିଲେ।ଶ୍ରୀ ଦାଶ ଲୋକମାନଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇଵା ଓ ଘରେ ରହିବା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ।ତାପରେ ଭାରତ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ତରଫରୁ ଆସିଥିବା ହାଇଜେନିକ କିଟ,ମାସ୍କ ଓ ତୁରେକେଲା ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଆର୍ଥିକ ଅନଗ୍ରସର ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଶେଷରେ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ବରିହା, ଦେବକୀ ତାଣ୍ଡି,ସମାଜସେବୀ ଥମିର ଛତ୍ରିଆ, କବିରାଜ ପୁଟେଲ,ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ୱ।ର୍ଡମେମ୍ବର ପଦ୍ମା ମାଝୀ,ଅଗସ୍ତି ମାଝୀ, ଛିନେ ମାଝୀ, ଈନ୍ଦୁମତି ମାଝୀ, ତିଳ ମାଝୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।