-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ନର୍ଲ୍ଲା (ସଞ୍ଜୀବ ଦାସ)- ମକା ଚାଷ ରେ ଗଜା। ସତେ ଯେମିତି ଚାଷୀ ପିଛା ଗୋଡ଼ାଇଛି ସମସ୍ୟା। ଧାର କରଜ କରି ଚାଷୀମାନେ ଶହ ଶହ ହେକ୍ଟର ଚାଷଜମି ରେ ମକା ଚାଷ କରିଥିଲେ । ଆଶାବାନ୍ଧି ଥିଲେ ଏଥିରୁ ଦୁଇ ପଇସା ପାଇ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବେ।ହେଲେ ଶେଷରେ ଲଘୁଚାପଜନିତ ବର୍ଷା ଦାଉ ସାଜିଲା । କଳାହାଣ୍ଡି ଜିଲ୍ଲା ନର୍ଲ୍ଲା ବ୍ଲକ ରେ ଶତାଧିକ ଚାଷୀ ଏବେ ନାଇହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଜଣାପଡିଛି। ଅନେକ ଚାଷୀମାନେ ଚାଷ କରିଥିଲେ। ହେଲେ ଲଘୁଚାଜନିତ ଲଗାଣ ବର୍ଷ ଓ ପବନରେ ମକା ଗଛ ସବୁ ଅହଳି ପଡି ନଷ୍ଟ ହୋଇଥିଲା।ଏବେ ଚାଷୀ ମକା ଗୋଟେଇବା ବେଳକୁ ପୁଣି ଲଘୁଚାପଜନିତ ବର୍ଷା ଲାଗିରହିଛି।ଯାହାକି ମକା ମଞ୍ଜିରୁ ଗଜା ବାହାରି ପଡ଼ିଥିବା ବେଳେ ଚାଷୀଙ୍କ ଭିତରେ ଘୋର ଚିନ୍ତାର କାରଣ ପାଲଟିଛି।କିଏ ଘରୋଇ ଋଣ କରିଛି ତ କିଏ ସରକାରୀ ,ବେସରକାରୀ ସଂସ୍ଥା ଠାରୁ ଋଣ କରିଛି।ଏପରି ସ୍ଥଳେ ମକା ବିକ୍ରି ଯିବା ଅସମ୍ଭବ ହୋଇପଡିଛି।ଏବେ ଚାଷୀ ମୁଣ୍ଡରେ ହାତ ମାରି ଜଗି ରହିଛି ସରକାରୀ ସହାୟତା ଅପେକ୍ଷାରେ।