-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ବ୍ରହ୍ମପୁର(ଉମା ମହାରଣା) -ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଜରଉ ଛକ ନିକଟରେ ଥିବା ଟୁଲ ଗେଟ ଠାରେ ଏକ ଗଞ୍ଜେଇ ଭର୍ତି କାର କୁ ଜବତ କରିଛି ପୋଲିସ।ଘଟଣା ସ୍ଥଳରୁ ଆସାମୀ ଫେରାର।କାର ଟିରେ 42 କେଜି ଗଞ୍ଜେଇ ଥିବା ସୂଚନା ଦେଇଛି ପୋଲିସ।ସୂଚନା ମୁତାବକ ଆଜି ସକାଳୁ ସୋରଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ପଟୁ ଆସୁଥିବା ଏକ ସେଣ୍ଟ୍ରୋ କାର ପୋଲିସକୁ ଦେଖି ଅଟକି ଯାଇଥିଲା।ଡ୍ରାଇଭର ପୋଲିସ କୁ ଦେଖି ଗାଡ଼ି କୁ ଛାଡି ଜଙ୍ଗଲ ଆଡକୁ ଦୋୖଡ଼ି ପଳାଇଥିଲା। ନିକଟକୁ ଯାଇ ଦେଖିଲା ବେଳକୁ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ।ବାଲିଗୁଡା ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ।