-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2021
ବୌଦ୍ଧ(ଶ୍ରୀବନ୍ତମେହେର):ବୌଦ୍ଧ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୌଦ୍ଧ ଜିଲାରେ ଗତକାଲି ଦିନକରେ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ନିୟନ୍ତ୍ରଣ କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ୭ଟି ଅଂଚଳ କୁ ମିନି କଂଟେନମେଂଟ ଯୋନ ଭାବେ ଘୋଷଣା କରିଛନ୍ତି । ବୌଦ୍ଧ ସହରର ୬ ଟି ସାହି ଓ ବଢ଼ିଗାଁ ଗ୍ରାମକୁ ମିନି କଂଟେନମେଂଟ ଯୋନ ଭାବେ ଘୋଷଣା କରିବା ସହିତ ତୁରନ୍ତ ସେହି ଅଂଚଳକୁ ସିଲ କରିବାକୁ ଆଦେଶ ଦେଇଛନ୍ତି । ୭ ଦିନ ପାଇଁ ୭ ଟି ଅଂଚଳ ମିନି କଂଟେନମେଂଟ ଯୋନ ଭାବେ ଘୋଷଣା କରାଯାଇଛି ।
ଏହି ସମୟ ମଧ୍ୟରେ ସେହି ଅଂଚଳରେ ସର୍ବସାଧାରଣଙ୍କ ଚଳପ୍ରଚଳକୁ ବାରଣ କରାଯାଇଛି । ଅମାନିଆଙ୍କୁ ବାନ୍ଧି ନିୟମ ପ୍ରକାରେ କେଶ କରିବାକୁ ତହସିଲଦାର ଓ ସଂପୃକ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଧରି ଉକ୍ତ ଅଂଚଳ ଗୁଡିକରେ ଅତ୍ୟାବଶକୀୟ ସାମଗ୍ରୀ ଓ ଔଷଧ ଯୋଗାି ଦେବାକୁ ବିଡିଓ ଓ ଏନ୍ଏସି ନିର୍ବାହି ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ମିନି କଂଟେନମେଂଟ ଯୋନ ଅଂଚଳର କରୋନା ପଜିଟିଭମାନଙ୍କ କଂଟାକ୍ଟ ଟ୍ରେସିଙ୍ଗ କରାଯାଇ ସେମାନଙ୍କ କରୋନା ଟେଷ୍ଟ କରାଯିବାକୁ ସ୍ୱାସ୍ଥ୍ୟ ବିଭାଗର ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।