-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2021
ଭୁବନେଶ୍ୱର:(ଶୁଭାଶିଷ ନାୟକ)ଛତିଶଗଡ଼ ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ଼ ଯାଉଥିବାରୁ ଏଭଳି ସ୍ଥିତି ହେଉଛି । ସେହିପରି କୋଭିଡ୍ ହଟସ୍ପଟ୍ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକମାନେ ମଧ୍ୟ ସଂକ୍ରମଣ ବୃଦ୍ଧି ହେଉଛି ବୋଲି ଅଜୟ ପରିଡା କହିଛନ୍ତି ।
ଭୁବନେଶ୍ୱରର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସ୍ (ଆଇଏଲ୍ଏସ୍) ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି ଯେ, ତିନୋଟି ନୂଆ ମୁ୍ୟଟାଣ୍ଟ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି କରୁଛି । ଓଡିଶାରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୌଣସି ମ୍ୟୁଟାଣ୍ଟ ନାହିଁ । ପଞ୍ଜାବ ଓ ମହାରାଷ୍ଟ୍ରରେ ଥିବା ମ୍ୟୁଟାଣ୍ଟ ନାହିଁ । ରାଜ୍ୟରେ କେବଳ ବ୍ରିଟେନର କୋଭିଡ ଭାରିଏଣ୍ଟ ରହିଛି । ତେବେ ଏହି ତିନୋଟି ନୂଆ ମ୍ୟୁଟାଣ୍ଟ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି କରୁଥିବା ବେଳେ ଲୋକଙ୍କୁ କଡାକଡ଼ି କରୋନା କଟକଣା ପାଳନ କରିବାକୁ ଶ୍ରୀ ପରିଡ଼ା ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।