-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
20-Apr-2021
ସମ୍ବଲପୁର(ପ୍ରେରଣା ଖବର) : କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ବାର୍ ଆସୋସିଏସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଜିଠାରୁ ୧୫ ଦିନ ବନ୍ଦ ରହିବ ସମ୍ବଲପୁର ବାର୍ । ନିର୍ବାହୀ ପରିଷଦ ବୈଠକରେ ବାର୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜରୁରୀକାଳୀନ ଶୁଣାଣି ଭର୍ଚୁଆଲ ମୋଡରେ କରିବାକୁ ଜିଲ୍ଲା ଦୌରାଜଜଙ୍କୁ ବାର୍ ଅନୁରୋଧ କରିଛି । ଏହି ସମୟରେ ବାରର କାଉଣ୍ଟର ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ବାର୍ ସଭାପତି ଡକ୍ଟର ପ୍ରମୋଦ ରଥ ।