-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
19-Oct-2020
କୋଭିଡ୍ କଟକଣା ମଧ୍ୟରେ ଆଜି ୩ଟି ରାଜ୍ୟରେ ଖୋଲିଲା ସ୍କୁଲ୍। ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯାଇଛି। ହେଲେ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ବାଧ୍ୟତାମୂଳକ ନୁହେଁ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ସ୍କୁଲ୍ ଆସିବା ନେଇ ସ୍ୱୀକୃତିପତ୍ର ଆଣିଥିବେ ସେମାନଙ୍କୁ କେବଳ କ୍ଲାସ୍ ରୁମ୍କୁ ପ୍ରବେଶ ଅନୁମତି ମିଳିବ!
➡️ସମସ୍ତ କ୍ଲାସ୍ ବିଭିନ୍ନ ସିଫ୍ଟରେ ହେବ!!
➡️ସ୍କୁଲ ଗୃହକୁ ପ୍ରବେଶ ପୂର୍ବରୁ ଚେୟାର, ଟେବୁଲ ଭଳି ଆବଶ୍ୟକ ଜିନିଷ ସାନିଟାଇଜ ହେବ!!
➡️ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ!!
➡️ଗୋଟିଏ ଦିନରେ କେବଳ ୫୦% ପିଲାଙ୍କୁ କ୍ଲାସ୍ରେ ପଢିବାକୁ ଅନୁମତି ଦିଆଯିବ। ଅନ୍ୟ ୫୦% ଛାତ୍ରଛାତ୍ରୀଙ୍କୁ ଏହା ପରଦିନ କ୍ଲାସ୍ ପାଇଁ ଅନୁମତି ମିଳିବ!!
➡️ଛାତ୍ରଛାତ୍ରୀମାନେ ୬ ଫୁଟ ଦୂରତାରେ ବସିବେ!!
➡️ହେଲେ କଣ୍ଟେନ୍ମେଣ୍ଟ ଜୋନ୍ରେ ସ୍କୁଲ, କଲେଜ ଖୋଲା ଯାଇପାରିବନି!!