-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
17-Apr-2021
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ଥାନା ନିକଟରେ ଏକ ମିନି ବସ୍ ଓଲଟି ପଡିଥିଲା। ଶିବଶମ୍ବୁ ନାମକ ଏକ ଯାତ୍ରୀବାହୀ ମିନିବସ୍ ଟି ପୋଲସରା ରୁ ଆସିକା ଅଭିମୁଖେ ଯାଉଥିବା ବେଳେ କବିସୂର୍ଯ୍ୟନଗର ଥାନା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇ ଓଲଟି ଯାଇଥିଲା। ଏଥିରେ ବସିଥିବା ଦଶ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆହତଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ମେଡିକାଲ ରେ ଭର୍ତି କରାଯାଇଥିଲା ।