-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
15-Apr-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ପକ୍ଷରୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଭିଯାନର ତିନି ବର୍ଷ ପୂର୍ତ୍ତି କୁ ଚିକିତ୍ସାଳୟ ପରିସର ମଧ୍ୟରେ ପାଳନ କରାଯାଇଛି l ଏହି ଅବସର ରେ ବଲାଙ୍ଗିର ଜିଲ୍ଲା ନେସନାଲ ପିସ ୟୁନିସନ୍ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର, ଚେୟାରମେନ ରବି ରଞ୍ଜନ ପୂଜାରୀ, ଏମ଼୍ ଏଚ୍ ଏମ୍ APM ରାମାନୁଜ ପଣ୍ଡା, ଡା. ଶିବାଶିଷ ରଥ ପ୍ରମୁଖ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ ସମ୍ବନ୍ଧୀୟ ଧାରଣା ଦେଇଥିଲେ l ଚିକିତ୍ସାଳୟର ସଭ୍ୟା, ସଭ୍ୟଗଣ ଗୌରବ ପଧାନ, ରାହୁଲ ପାଲ, ସନ୍ତୋଷ ମେହେର, ଯତୀନ ଦାସ,ବିପିନ ବିହାରୀ ସେଠ, ସୁଶ୍ରୀ ନାଫିସା କୁମାର, ଭାଗ୍ୟସେନୀ ଜୁଏଡ଼, ନିରୁମଇ, ଜ୍ୟୋତି, ମିନତୀ ନାଗ ଇତ୍ୟାଦି ବର୍ଷ ପୂର୍ତ୍ତି ଅବସର କ୍ରମେ ଅନୁଷ୍ଠାନିକ କେକ କାଟି ଓ ସ୍ୱଚ୍ଛ ଭାରତର ରଙ୍ଗୋଲି ତିଆରି କରି ସ୍ୱାସ୍ଥ୍ୟ ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ l