-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Apr-2021
ଭୁବନେଶ୍ୱର(ପ୍ରେରଣା ଖବର) : ଖୋର୍ଦ୍ଧାରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୭୪୧ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧାରୁ ୨୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜଧାନୀ ଭୁବନେଶ୍ବରରୁ ପ୍ରତିଦିନ ପାଖାପାଖି ୧୫୦ ଆକ୍ରାନ୍ତ ବାହାରୁଛନ୍ତି । ବିଏମ୍ସି ସୂଚନା ଅନୁସାରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୩୦ ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବିଏମ୍ସି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇଛି । ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ମାସ୍କ, ସାମାଜିକ ଦୂରତା ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଷ୍ଟେସନରେ ତନ୍ନତନ୍ନ ଯାଞ୍ଚ କରୁଛନ୍ତି ଟିମ୍ ।