-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ଉଲୁଣ୍ଡା୧୭ା୧୦(ଗୌରଚନ୍ଦ୍ର ପରିଛା)- ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଥିବା ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରିବା ପାଇଁ ଉଲୁଣ୍ଡା ଭାଜପା ମେଟାକାନୀ ମଣ୍ଡଲ ତରଫରୁ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଗରିବ ମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗରିବ ମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ବିଭିନ୍ନ ସମୟରେ ଅଧିକାରୀ ମାନେ ସର୍ଭେ କରି ତାଲିକା ପ୍ରସ୍ତୁତ କରିଛନ୍ତି । ଏତେ ସତ୍ୱେ ମଧ୍ୟ କିଛି କର୍ମଚାରୀ ଖାମଖୀଆଲି ମନୋଭାବ ଯୋଗୁଁ ବହୁ ଗରିବ ହିତାଧିକାରୀ ତାଲିକାରୁ ବଂଚିତ ହେଉଛନ୍ତି । କିଛି ଅସାଧୁ କର୍ମଚାରୀ ଦଲାଲ ମାନଙ୍କ ଦ୍ୱାରା କିମ୍ବା କୌଣସି ଚାପର ବସବର୍ତୀ ହୋଇ ହିତାଧିକାରୀ ତାଲିକାରେ ତଲ ଉପର କରି କାର୍ଯ୍ୟାଦେଶ ପ୍ରଦାନ କରୁଥିବା ମଧ୍ୟ ଭାଜପା ତରଫରୁ ଅଭିଯୋଗ ହେଉଛି । ଏଣୁ ଉପଯୁକ୍ତ ତଦନ୍ତ କରି ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବାସ ଗୃହ ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ଭାଜପା ମେଟାକାନୀ ମଣ୍ଡଲ ସଭାପତି ଆଦିତ୍ୟ ପୁରୋହିତଙ୍କ ନେତୃତ୍ୱରେ ଉଲୁଣ୍ଡା ବିଡିଓ ହେମସାଗର ଭୋଇଙ୍କୁ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଧର୍ମନିରଞ୍ଜନ ପଣ୍ଡା, ମଣ୍ଡଲ କୋର୍ଡୀନେଟର ପବିତ୍ର ସାହୁ, ସୁରେନ ପଣ୍ଡା, ଅମିତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।