-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ଉଲୁଣ୍ଡା୧୮ା୧୦(ଗୌରଚନ୍ଦ୍ର ପରିଛା)- ସୁବର୍ଣ୍ଣପୁରରୁ ବଜ୍ରକାପ୍ତା ଚୋରାଚାଲାନ ହେଉଥିବା ବେଲେ ଏସଟିଏଫ ଦଲ ଦୁଇ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗୋଟିଏ ଜିବନ୍ତ ବଜ୍ରକାପ୍ତା ଏବଂ କାତି ଜବତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଉଲୁଣ୍ଡା ବ୍ଲକ କପାସିରା ଗ୍ରାମର ସୋମନାଥ ବାଘ ଓ ଗିନ୍ଦିଲ୍ଲାମାଲର ମାରସାଲାନ ଭେଙ୍ଗେରା । ସୂଚନା ଅନୁଷାରେ ସୋନପୁର ମହାନଦୀ ବ୍ରିଜ ପୁରୁଣା ରାଜାଘର ଦିଲଭେଲେପୁର ପକ୍କା ପାଖରେ ଚୋରାଚାଲାନ ହେଉଥିବା ବେଲେ କୌଣସୀ ସୁତ୍ରରୁ ଖବର ପାଇଁ ଏସଟିଏଫ ଦଲ ଚଢାଉକରି ବଜ୍ରକାପ୍ତା ଏବଂ କାତି ଜବତ କରିବା ସହ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏନେଇ ଏକ ମାମଲା ରୂଜୁ କରିବା ସହ ଅଭିଯୁକ୍ତ ଦ୍ୱାୟଙ୍କୁ କୋର୍ଟଚାଲାନ କରାଯାଇଛି । ତେବେ ଜିବନ୍ତ ବଜ୍ରକାପ୍ତାକୁ ସୋନପୁର ବନବୀଭାଗକୁ ହସ୍ତାନ୍ତର କରାଯାଇଛି ।