-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ବଲାଙ୍ଗିର,୧୮ା୧୦(ସନ୍ତୋଷ ଠାକୁର)- ବଲାଙ୍ଗିର ଠିକାଦାର ପଡା ସ୍ଥିତ ଜିଲା ଯାଦବ ଭବନ ପରିସରରେ ଏମବିବିଏସ, ମାଟ୍ରିକ, ବିଭିନ୍ନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ତଥା ସଫଳ ହୋଇଥିବା ଛାତ୍ରଛାତ୍ରୀ, ଯୁବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନେ ହେଲେ ଆସ୍ଥା ପରୁଆ, ସାଗରିକା ପୋଢ, ନିହାର ରଂଜନ ପୋଢ, ତୁଷାର ରଂଜନ ପୋଢ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ତହସିଲଦାର ମଘାବନ ବାଗ ଯାଦବ, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ରାଜ୍ୟ ଯୁବ ଯାଦବ ସଭାପତି ମନୋଜ ହାତୀ, ପୂର୍ବତନ ଜିଲା ସମ୍ପାଦକ ଡମନ ବଗର୍ତ୍ତୀ, ଉପଦେଷ୍ଟା ସତ୍ୟ ନାରାୟଣ ବାଗ ପ୍ରମୁଖ ମଞ୍ଚରେ ମଞ୍ଚାସୀନ ହୋଇଥିଲେ । ଏଥିରେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା ସଭା ପରିଚାଳନା କରିଥିଲେ । ଯାଦବ ସମାଜକୁ ଆହୁରି ସଙ୍ଗଠିତ ଓ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସମାଜକୁ ଆହୁରି ଆଗକୁ ନେବାକୁ ମତପ୍ରକାଶ ପାଇଥିଲା । ଏହି ସଭାରେ ସଂଦୀପ ବାଗ, ବିନୋଦ କୁମାର କାଲସାଏ, ପ୍ରଶାନ୍ତ ମହାକୁର, କୃଷ୍ଣ ଚନ୍ଦନ, ମହେନ୍ଦ୍ର ବାଗ, ବାଦଲ ମହାକୁର, ଖରତ କୁମାର ରାଉତ, ଆକୁଳ ବଗର୍ତ୍ତୀ, ଜୟଦେବ ଜାଲ, ଦିନେଶ ନାଗ, ହରିଶ ବଗର୍ତ୍ତୀ, ହୀରା ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।