-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
07-Apr-2021
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ନାଇଟ୍ କର୍ଫ୍ୟୁ ଜାରି ରହିଛି । ମାସ୍ ଚେକିଂ ଓ ପ୍ରଶାସନିକ ସ୍ତରରେ କରୋନା ମୁକାବିଲା ଦିଗରେ ତତ୍ପରତା ତଥା ଅମାନିଆଁଙ୍କୁ ସାବାଡ କରିବା ଦିଗରେ ମଧ୍ୟ øପୋଲିସ ତାର ଦାୟିତ୍ୱ ନିର୍ବାହ କରୁଛି । ତେବେ ଏହାରି ଭିତରେ ମଧ୍ୟ କରୋନା ଗ୍ରାଫ୍ ବଲାଙ୍ଗୀରରେ ଥମିବାର ନାଁ ନେଉ ନାହିଁ । ଆଜି ବଲାଙ୍ଗୀର ଜିଲ୍ଲାରେ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଗଲପୁର ବ୍ଲକର କୁଟାସିଂହାରୁ ଜଣେ, ବଲାଙ୍ଗୀର ଜିଲ୍ଲା ବରକାନି ଓ ଚୁଡାପାଲିରୁ ଜଣେ ଲେଖାଏଁ, ବଲାଙ୍ଗୀର ମୁନିସିପାଲିଟିର ୱାର୍ଡ ନମ୍ବର ୨୧ ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଅସତୁଲାରୁ ଜଣେ, ବେଲପଡା ବ୍ଲକ ବେଲପଡାରୁ ଜଣେ ଓ ପର୍ଲିମାଲରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଂଟାବାଞ୍ଜି ଏନ୍ଏସିର ର ୱାର୍ଡ ନମ୍ବର ୩ ରୁ ଜଣେ ଓ ପାଟଣାଗଡ଼ ଏନ୍ ଏସିର ୱାର୍ଡ ନମ୍ବର ୫ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଇଁତଳା ବ୍ଲକର ବେଲଗାଁ ରୁ ଜଣେ , ତିତିଲାବ୍ଲକର କତରକେଲାରୁ ଜେଣେ ଓ ତୁରେକେଲା ବ୍ଲକର କରୁଆମୁଣ୍ଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୯୦୭୮ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ୧୨ଟି ଏକ୍ଟିଭ କେଶ୍ ରହିଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୯୧୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେରଣି ।