-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍‌ ଟୀକାକରଣ ଏପ୍ରିଲ ୧ରୁ ଆରମ୍ଭ

31-Mar-2021



ବଲାଙ୍ଗିର,(ପ୍ରେରଣା ଖବର) : ୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍‌ ଟୀକାକରଣ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଯଥା- ଉଠା ଦୋକାନୀ, ମାଛ ମାଂସ ବିକ୍ରେତା, ଅଟୋ ଓ ବସ୍‌ ଡ୍ରାଇଭର୍‌, ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସେଲୁନ ତଥା ବାରିକ ଦୋକାନରେ କାମ କରୁଥିବା ବ୍ୟକ୍ତି, ସିକ୍ୟୁରିଟି ଗାର୍ଡ, ରେସ୍ତୋରାଁ କର୍ମଚାରୀ, ମନ୍ଦିର ଗୀର୍ଜା ମଜ୍‌ସିଦ୍‌ ଆଦି ଧର୍ମାନୁଷ୍ଠାନଗୁଡ଼ିକର ପୂଜକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଟୀକାକରଣ ନିମନ୍ତେ ବଲାଙ୍ଗିର ଜିଲ୍ଲାରେ ମୋଟ୍‌ ୫୫ ଗୋଟି ଟୀକାକରଣ କେନ୍ଦ୍ର ଖୋଲାଯାଇଛି ।  ତନ୍‌ମଧ୍ୟରୁ ଆଗଲପୁର ବ୍ଲକ ନିମନ୍ତେ ଆଗଲପୁର ସିଏଚ୍‌ସି, ସାଲେଭଟା ପିଏଚ୍‌ସି ଓ ଡୁଡ଼ୁକା ପିଏଚ୍‌ସି, ବଙ୍ଗୋମୁଣ୍ଡା ବ୍ଲକ ପାଇଁ ସିନ୍ଧେକେଲା ସିଏଚ୍‌ସି, ବଙ୍ଗୋମୁଣ୍ଡା ପିଏଚ୍‌ସି ଓ ଭାଲୁମୁଣ୍ଡା ପିଏଚ୍‌ସି, ଲୋଇସିଂହା ବ୍ଲକ୍‌ ପାଇଁ ଲୋଇସିଂହା ସିଏଚ୍‌ସି, କୁଶଙ୍ଗ ପିଏଚ୍‌ସି, କୁସ୍‌ମେଲ୍‌ ପିଏଚ୍‌ସି ଓ ବାଦୀମୁଣ୍ଡା ପିଏଚ୍‌ସି, ବେଲପଡ଼ା ବ୍ଲକ ପାଇଁ ବେଲପଡ଼ା ସିଏଚ୍‌ସି, ମଣ୍ଡଲ ପିଏଚ୍‌ସି, ଗମ୍ଭାରୀ ଓଏଚ୍‌, ପୁଇଁନ୍ତଲା ବ୍ଲକ ପାଇଁ ଜାମଗାଁ ସିଏଚ୍‌ସି, ମଲମୁଣ୍ଡା ପିଏଚ୍‌ସି ଓ ମହୀମୁଣ୍ଡା ପିଏଚ୍‌ସି, ମୁରିବାହାଲ ବ୍ଲକ ପାଇଁ ମୁରିବାହାଲ ସିଏଚ୍‌ସି, ଲେବଡ଼ା ପିଏଚ୍‌ସି ଓ ଗୁଡ଼ିଘାଟ ପିଏଚ୍‌ସି, ଖପ୍ରାଖୋଲ ବ୍ଲକ ପାଇଁ ଖପ୍ରାଖୋଲ ସିଏଚ୍‌ସି, ହରିଶଙ୍କର ପିଏଚ୍‌ସି, ଲୁହାସିଂହା ପିଏଚ୍‌ସି, ଲାଠୋର ପିଏଚ୍‌ସି ଓ ଧଣ୍ଡାମୁଣ୍ଡା ପିଏଚ୍‌ସି, ଦେଓଗାଁ ବ୍ଲକ ପାଇଁ ଦେଓଗାଁ ସିଏଚ୍‌ସି, ଅର୍ଜୁନପୁର ପିଏଚ୍‌ସି ଓ ବନ୍ଧପଡ଼ା ପିଏଚ୍‌ସି, ଗୁଡ଼ଭେଲା ବ୍ଲକ ପାଇଁ ଗୁଲଭେଲା ସିଏଚ୍‌ସି, ଗୁଲଭେଲା ସିଏଚ୍‌ସି(୧) ଓ ତୁଷୁରା ପିଏଚ୍‌ସି, ସଇଁନ୍ତଲା ବ୍ଲକ ପାଇଁ ସଇଁନ୍ତଲା ସିଏଚ୍‌ସି, ବଡ଼ମାଲ ହସ୍‌ପିଟାଲ, କରମ୍‌ତଲା ସବ୍‌ ସେଣ୍ଟର, ଖୋଲାନ ସେକ୍ଟର ପାଇଁ ଖୋଲାନ ସିଏଚ୍‌ସି, ଲୁଥୁରବନ୍ଧ ପିଏଚ୍‌ସି ଓ କୁର୍‌ଷୁଡ଼ ପିଏଚ୍‌ସି, ଚୂଡ଼ାପାଲି ସେକ୍ଟର ପାଇଁ ଚୂଡ଼ାପାଲି ସିଏଚ୍‌ସି, ଶିବତଲା ପିଏଚ୍‌ସି ଓ କୁଡ଼ାସିଂଗା ପିଏଚ୍‌ସି, ତୁରେକେଲା ବ୍ଲକ ପାଇଁ ତୁରେକେଲା ସିଏଚ୍‌ସି ଓ ଚଟୁଅନ୍‌କା ସବ୍‌ସେଣ୍ଟର, ପାଟଣାଗଡ଼ ବ୍ଲକ ପାଇଁ ଘସିଏନ ସିଏଚ୍‌ସି, ଭଇଁଷା ପିଏଚ୍‌ସି ଓ ସୋଲବନ୍ଧ ପିଏଚ୍‌ସି, ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଠାରେ ୨ ଗୋଟି କେନ୍ଦ୍ର, କଂଟାବାଂଜି ଅନ୍ତର୍ଗତ କଂଟାବାଂଜି ସିଏଚ୍‌ସି (ହସ୍‌ପିଟାଲ) ଓ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ, ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଠାରେ ୨ ଗୋଟି କେନ୍ଦ୍ର ଏବଂ ବଲାଙ୍ଗିର ପୌରାଂଚଳ ନିମନ୍ତେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲର କ୍ୟାଣ୍ଟିନ୍‌ ବିଲ୍‌ଡ଼ିଂ, ପୋଲିସ ହସ୍‌ପିଟାଲ(୧), ପୋଲିସ ହସ୍‌ପିଟାଲ(୨), କନ୍ଧପାଲିପଡ଼ା ଅର୍ବାନ ପିଏଚ୍‌ସି ଓ ଶାସ୍ତ୍ରୀନଗର ଅର୍ବାନ ପିଏଚ୍‌ସି ଗୁଡ଼ିକରେ ଟୀକାକରଣ କରାଯିବ । ତେବେ ୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିମାନେ ସଂପୃକ୍ତ ଟୀକାକରଣ କେନ୍ଦ୍ରଗୁଡ଼ିକୁ ଯାଇ କିମ୍ବା ଅନ୍‌ଲାଇନ୍‌ରେ ନିଜ ନାମ ପଞ୍ଜିକରଣ କରିବା ସହ ଟୀକା ଗ୍ରହଣର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like