-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||     

HOME   ଜିଲ୍ଲା

ଗଣିଆ ଗ୍ରସ୍ତ ରେ ଆସି ଚର୍ଚ୍ଚା ରେ ମନ୍ତ୍ରୀ

31-Mar-2021



ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) :ରାଜ୍ୟ ଉଚ୍ଚ ଶିକ୍ଷା, କୃଷି ଓ  କୃଷକ ସଶକ୍ତିକରଣ, ମତ୍ସ୍ଯ ଓ ପଶୁ ସମ୍ପଦ ବିଭାଗୀୟ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଗଣିଆ ଗ୍ରସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, କନ୍ଧମାଳ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ତଥା କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ସଦାଶିବ ମିଶ୍ର, ଗଣିଆ ତହସିଲଦାର ତଥା ବିଡିଓ ଶିରିଆଲ ଶୁଭ୍ର ପଟେଲ, ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଗଣିଆ ବ୍ଲକ ଅଧକ୍ଷ ସେସଦେବ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ | ଅତିଥି ମାନେ  ଗଣିଆ ବଜାର ରେ ପଂହଁଚିବା ପରେ ଶତାଧିକ ବରିଷ୍ଠ  ବିଜେଡି କର୍ମୀ ଏବଂ ସମର୍ଥକ ମାନେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରି ସ୍ଥାନୀୟ ସିଂଘବାଦ୍ୟ, ସଂକୀର୍ତନ ମଣ୍ଡଳୀ, ପାଇକ ନୃତ୍ୟ, ଡିଜେ, ବାଣ ଆଦି ମାଧ୍ୟମରେ ବିରାଟ ଶୋଭାଯାତ୍ରା ରେ ପାଛୋଟି ନେଇଥିଲେ | ଗଣିଆ ବଜାର ସ୍ଥିତ ଗାନ୍ଧିଜୀ ଏବଂ ରୁଦ୍ର ମାଧବ ରାୟ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ମାନେ ଶ୍ରୀରାମ ମନ୍ଦିର କୁ ଯାଇ ସେଠାରେ ଦର୍ଶନ କରିବା ପରେ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ମଣ୍ଡପ ର ଶିଳାନ୍ୟାସ ମନ୍ତ୍ରୀ ମହୋଦୟ ଙ୍କ କର କମଳ ରେ ସମ୍ପାଦିତ ହୋଇଥିଲା | ତାପରେ ବିଶାଳ ବିଜେଡି ଶୋଭାଯାତ୍ରା ରେ ଅତିଥି ଗଣ ପଂହଁଚିଥିଲେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଠାରେ ସେଠାରେ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ସ୍କାଉଟ ମାର୍ଚ୍ଚ ରେ ସମସ୍ତଙ୍କୁ ପରିସର ମଧ୍ୟକୁ ପାଛୋଟି ନିଆ ଯାଇଥିଲା | ବିଦ୍ୟାଳୟ ର ପ୍ରାର୍ଥନା ଗୃହ କୁ ଡ଼. ଅରୁଣ କୁମାର ସାହୁ ଉଦଘାଟନ କରିବା ପରେ ସେଠାରେ ଏକ ସଭା ରେ ଯୋଗ ଦେଇଥିଲେ | ମନ୍ତ୍ରୀ ମହୋଦୟ ଏହି କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ରେ ପାଠ ପଢି ଥିବାରୁ ସେଠାରେ ପଂହଁଚି ଅତୀତ ର ସ୍ମୃତି କୁ ମନେ ପକାଇ ଥିଲେ | ସେଠାରେ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଗଣିଆ ବ୍ଳକ ର ଯୁବ ପ୍ରତିଭା ପ୍ରିୟଦର୍ଶିନୀ ବେହେରା ସଭା ପରିଚାଳନା କରିଥିଲେ |  ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ମହୋଦୟ ତାଙ୍କ ବକ୍ତବ୍ୟ ରେ ସରକାର ଙ୍କ ମୋ ସ୍କୁଲ ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ସମସ୍ତ ବ୍ୟାଚ ର ଦୁଇଜଣଙ୍କୁ ଦାୟିତ୍ୱ ଦିଆଗଲେ ଏହି ବିଦ୍ୟାପୀଠ ର ମୋ ସ୍କୁଲ ଅଭିଯାନ ର କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଏକ ଦିଗବାରେଣି ଖୁଣ୍ଟି ଭାବେ ପ୍ରତିଷ୍ଠିତ ହୋଇ ପାରିବ ବୋଲି କହିଥିଲେ | ଏହି ବିଦ୍ୟାପୀଠ କୁ ଉପସ୍ଥିତ ମନ୍ତ୍ରୀ ଏବଂ ବିଧାୟକ ଉଭୟ ପୋଶ୍ୟ ଭାବେ ଗ୍ରହଣ କରିଥିବାରୁ ତାଙ୍କୁ ପ୍ରାକ୍ତନ ଛାତ୍ର ଙ୍କ ଦ୍ୱାରା ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା | ଏହି ବିଦ୍ୟାଳୟ ପାଇଁ ସରକାରୀ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ର ଅନୁଦାନ ରାଶି ଘୋଷଣା କରିଥିଲେ ଡ଼. ଅରୁଣ | ସଭା ଅନ୍ତ ରେ ଗଣିଆ ବ୍ଳକ ର ବିଶିଷ୍ଟ ସାମ୍ବାଦିକ ତଥା ସମାଜ ସେବୀ ଦେବୀ ପ୍ରସାଦ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ | ତାପରେ ଅତିଥି ବୃନ୍ଦ ସେହି ବିଶାଳ ବିଜେଡି ଶୋଭାଯାତ୍ରା ରେ ଆସି ଗଣିଆ ବଜାର ରେ ଟାଉନ ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ନିକଟରେ ପଂହଁଚି ଉଭୟ ବିଧାୟକ ଏବଂ ମନ୍ତ୍ରୀ ଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦିତ ହୋଇଥିଲା | ସେଠାରୁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟ ଅଭିମୁଖେ ଶୋଭାଯାତ୍ରା ଯାଇଥିଲା | ମହାବିଦ୍ୟାଳୟ ନିକଟରେ ପଂହଁଚିବା ପରେ ଅଧକ୍ଷ ଏବଂ ଅନ୍ୟ କର୍ମଚାରୀ ମନେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ସ୍ୱାଗତ

ସମ୍ବର୍ଦ୍ଧନା ଦେଇ ପରିସର ମଧ୍ୟକୁ ପାଛୋଟି ନେଇଥିଲେ | ମହାବିଦ୍ୟାଳୟ ପରିସରରେ ଅତିରିକ୍ତ ଶ୍ରେଣୀଗୃହ ଏବଂ ଅତ୍ୟାଧୁନିକ ପାଠାଗାର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ମହୋଦୟ | ସେଠାରେ ଏକ ସଭାରେ ବିଧାୟକ ମୋ କଲେଜ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ବିବରଣୀ ପ୍ରଦାନ କରିଥିଲେ | ଉକ୍ତ ବୈଠକରେ ମୁଖ୍ୟ ଅତିଥି ଡ଼. ଅରୁଣ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଗତ ଅନେକ ଟିପଣି ପ୍ରଦାନ କରିଥିଲେ | ବିଧାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଖୁବ କମ ସମୟରେ ପ୍ରାପ୍ତ କରିଥିବା 

ଲୋକପ୍ରିୟତା କୁ ମନ୍ତ୍ରୀ ମହୋଦୟ ଭୁରି ପ୍ରଶଂସା କରିଥିଲେ | ସମସ୍ତ ଶିକ୍ଷକ ଏବଂ ଅଧ୍ୟାପକ ନିଜ ଶିକ୍ଷା ଅନୁଷ୍ଠାନ ର ବିଦ୍ୟାର୍ଥୀ ମାନଙ୍କୁ ସମାନ ଭାବରେ ବାଣ୍ଟି ପୋଶ୍ୟ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ମାନେ ନିଶ୍ଚିତ ଭାବେ ଉତ୍ତମ ମଣିଷ ଭାବେ ପ୍ରତିଷ୍ଠିତ ହୋଇ ପାରିବେ ବୋଲି ନିଜର ବକ୍ତବ୍ୟ ରେ କହିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026

You Might Also Like