-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ଆଜି କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ପଜିଟିଭ୍ ଚିହ୍ନଟ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି! ସମୀର ରଞ୍ଜନ ଦାଶ ପ୍ରତିକ୍ରିୟାରେ କହିଛନ୍ତି, ‘ଏଯାବତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଓ ହଷ୍ଟେଲରେ କରୋନା ପଜିଟିଭ ବାହାରି ନାହାନ୍ତି । ସରକାରଙ୍କ ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗ ମଧ୍ୟ ଗୁରୁତର ଭାବରେ ଦେଖୁଛି । ଘରୋଇ ସ୍କୁଲଗୁଡିକ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍କୁଲ ବନ୍ଦ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ କହିଛନ୍ତି!.*