-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Mar-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) : ଦଳି ଦେଲା ଦନ୍ତା । ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଝୋପଡି କୁଡିଆରେ ଶୋଇଥିବା ବେଳେ ଦୁଇ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ତେବେ ହାତୀ ଦଳିଦେବା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ରାସ୍ତାରେ ଜଣଙ୍କର ମୃତ୍ୟୁ ଘଟିଛି । ଉଭୟ ମୃତକ ବରଗଡ ଅତାବିରା ବ୍ଲକ୍ ଜୁନେନ ଗାଁର ତେଲେଙ୍ଗା କୁଜୁର ଓ ହୀରାଲାଲ୍ ମିର୍ଦ୍ଧା ବୋଲି ଜଣାପଡିଛି ।
ସେପଟେ ଝୋପଡି ଘରେ ୩ ଜଣ ଶୋଇଥିବାବେଳେ ଜଣେ ପ୍ରାଣ ବିକଳରେ ଦୌଡି ପଳାଇଥିଲେ । ଶ୍ୟାମ ସୁନ୍ଦର ମାଝି ନାମକ ଜଣେ ବ୍ୟକ୍ତି ଦୌଡି ପଳାଇବା ସହ ବଞ୍ଚିଯାଇଛନ୍ତି । ୩ ଜଣ ବାଉଁଶ କଟାଳି ଭାବେ କାମ କରୁଥିବାବେଳେ କାମ ସାରି ବିଶ୍ରାମ ନେଉଥିବାବେଳେ ଏହି ଅଘଟଣ ଘଟିଛି ।