-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ମୁନିଗୁଡା(ପ୍ରେରଣା ଖବର) :ରାୟଗଡା ଜିଲ୍ଲା ମୁନିଗୁଡା ଗୌଡ ସାହି ନିକଟରେ ପଲସରରେ ଆସି ରାସ୍ତାରେ ଯାଉଥିବା ଏକ ବାଇକରୁ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ । ଶରାବାଲି ଗାଁର ଖେତ୍ର କୁମାର ଓ ତାଙ୍କ ପୁଅ ମୁନିଗୁଡା ଷ୍ଟେଟ୍ ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଆଇସିଆଇସିଆଇ ବ୍ୟାଙ୍କରେ ଜମା କରିବା ପାଇଁ ଏକ ବ୍ୟାଗରେ ଟଙ୍କା ନେଇ ବାଇକରେ ଆସିବା ସମୟରେ ପଛରୁ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଥିଲେ ।
ଖେତ୍ର କୁମାର ଦ୍ରୁତ ଗତିରେ ଦୁର୍ବୃତ୍ତଙ୍କ ପିଛା କରିବା ସମୟରେ ରାସ୍ତା ଉପରେ ହଠାତ୍ ଗୋଟିଏ ଗାଈ ଆସି ଯିବାରୁ ଗାଈ ସହ ଧକ୍କା ହେବାରୁ ବାପା-ପୁଅ ତଳେ ପଡି ଆହତ ହୋଇଥିଲେ ଯାହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଖବର ପାଇ ମୁନିଗୁଡା ପୋଲିସ ତନାଘନା ଜାରି ରଖିଥିବା ଜଣାପଡିଛି ।