-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ଭୁବନେଶ୍ୱର(ଶୁଭାଶିିଷ ନାୟକ) : ରାଜ୍ୟରେ ଏବେ ମୋଟ୍ ୧୫୨ଟି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ ଖାଲି ପଡ଼ିଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ଅଣତାରକା ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ମୁତାବକ, ରାଜ୍ୟରେ ଆଇଏଏସ୍ ଓ ଆଇପିଏସ୍ଙ୍କ ସର୍ବମୋଟ୍ ପଦବୀ ସଂଖ୍ୟା ହେଉଛି ଯଥାକ୍ରମେ ୨୪୮ ଏବଂ ୧୯୫ । ତେବେ ବର୍ତ୍ତମାନ ରାଜ୍ୟରେ ୧୪୫ ଜଣ ଆଇଏଏସ୍ ଏବଂ ୯୩ ଜଣ ଆଇପିଏସ୍ କାର୍ଯ୍ୟରତ ଅଛନ୍ତି ।
ଏ ଦୃଷ୍ଟିରୁ ୭୬ଟି ଲେଖାଁଏ ଆଇଏଏସ୍ ଓ ଆଇପିଏସ୍ ପଦବୀ ଖାଲି ପଡ଼ିଛି । ବାକି ରାଜ୍ୟ କ୍ୟାଡରର ୨୫ ଲେଖାଏଁ ଆଇଏଏସ୍ ଏବଂ ଆଇପିଏସ୍ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ଏହାବାଦ ନିକଟରେ ରାଜ୍ୟ ସରକାର ୨୭ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ର୍ୟାଙ୍କକୁ ପଦୋନ୍ନତୀ ଦେଇଛନ୍ତି ।