-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
ସମ୍ବଲପୁର(ପ୍ରେରଣା ଖବର ବ୍ୟୁରୋ) ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହୋଲି ଉପରେ କଟକଣା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଲଗାଯାଇଛି । ଏହାସହ ଦୋଳ ଯାତ୍ରା ଓ ମେଳଣ ସର୍ବସାଧାରଣ ସ୍ଥାନରେ କରାଯାଇପାରିବ ନାହିଁ ।
ଆସନ୍ତା ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ନଖେଳି ପରିବାର ସହ ଖେଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର, ତଥା ଧର୍ମାନୁଷ୍ଠାନକୁ ଯେମିତି ବାହାର ଶ୍ରଦ୍ଧାଳୁ ନପ୍ରବେଶ କରନ୍ତି ସେନେଇ କଡା ନଜର ରଖିବାକୁ ପତ୍ରରେ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ ଏସବୁ ଆଇନ ଉଲ୍ଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆକ୍ଟ ୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବ୍ରାଜିଲ, ଜର୍ମାନୀ, ଇଟାଲୀ ଓ ଫ୍ରାନ୍ସ ଭଳି ରାଷ୍ଟ୍ରରେ SARS- CoV-2 ଭୂତାଣୁର ସଂକ୍ରମଣ ବଢିଥିବାବେଳେ ଭାରତରର ମଧ୍ୟ ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ଫଳରେ ସଚେତନ ହିଁ ଏକମାତ୍ର ପନ୍ଥା ।