-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
କଳାହାଣ୍ଡି (ସଂଜୀବ କୁମାର ଦାସ) :: କଳାହାଣ୍ଡିରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଫେରାର ଶିକ୍ଷକଙ୍କୁ ଗିରଫ ଦାବିରେ ତେଜୁଛି ଆନ୍ଦୋଳନ । ଜନଜାଗରଣ ମଞ୍ଚ ପକ୍ଷରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନେଇ ଦାବି ଜୋର ଧରିଛି ।
ସେପଟେ କଂଗ୍ରେସ ଟିମ୍ ପୀଡିତା ପରିବାରକୁ ଭେଟି ନ୍ୟାୟ ଦାବି କରିଛନ୍ତି । ମଦନପୁର ରାମପୁର ଥାନା ଏକ ସରକାରୀ ସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ପରେ ଭୁବନେଶ୍ବର ବସଷ୍ଟାଣ୍ଡ ଛାଡି ଫେରାର ହୋଇଯାଇଛନ୍ତି । ଗତ ୧୧ ତାରିଖରେ ଛାତ୍ରୀଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲେ ବି ଅଭିଯୁକ୍ତ ଶିକ୍ଷକ ହିମାନ୍ଦ୍ରି ମଙ୍ଗରାଜ ଫେରାର ହୋଇଛି । ଯାହାକୁ ନେଇ ପୀଡିତାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ ।