-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

କାଲି ଥିଲା ପଖାଳ ଦିବସ: ଓଡିଆ ଜାତିର ପ୍ରିୟ ପଖାଳକୁ ନେଇ ପ୍ରସ୍ତୁତ କବୟିତ୍ରୀ ଅମ୍ବିକା ସ୍ଵାଇଁଙ୍କ ରଚିତ ଏକ ଜୀବନଧର୍ମୀ କବିତାକୁ ଆସନ୍ତୁ ଉପଭୋଗ କରିବା

21-Mar-2021



"ଆମ ଓଡ଼ିଆ ପଖାଳ ରାଣୀ"

 ପଖାଳ ପଖାଳ ହେ" ପ୍ରିୟ ପଖାଳ
          ଆସ ତୁମେ ସଭିଁ ଘର
ଟକଳ ଫୁଟାଇ ଖାଇବେ ଜନତା 
         କରି ତୁମକୁ ଆଦର ।।

ଗ୍ରୀଷ୍ମ ସାଥେ ଆସି ବିରାଜିତ ହୁଅ
        ସବୁରି ରୋଷେଇ କୋଣ
ବାସି ପଖାଳ ଓ ସଜ ପଖାଳକୁ 
          କରୁଛି ମୁଁ ଆମନ୍ତ୍ରଣ ।।

ଧନୀ ଯେ ଖାଆନ୍ତି ସଉକେ ପଖାଳ
        ଥରେ ଅଧେ ଖରା ଦିନେ
 ଗରିବ ରକ୍ତ ରେ ପଖାଳ ତୋରାଣି
         ବହୁ ଥାଏ ନିତି ଦିନେ ।।

ଆମ ପରମ୍ପରା ଓଡ଼ିଆ ପଖାଳ
           ଭାରି ସୁମଧୁର ନାମ
ଯିଏ ଖାଇଛି ସେ ପଖାଳ ଗଣ୍ଡିଏ
           ଜାଣିଛି ତାହାର କାମ ।।

 ଗରମ୍ ଭାତରେ ପେଜ ପାଣି ଦେଇ
          ରଖି ଦେବ ଏକ ରାତି
 ସକାଳୁ ସକାଳୁ ଢାଙ୍କୁଣି କାଢିଣ
         ଦେଖିବ ତାହାର ରୀତି ।।

 ପଖାଳ ହାଣ୍ଡିର ମହମହ ବାସ
         ମହକି ଉଠିବ ଘର
କଂସାରେ ବାଢିଣ ଖାଇବାକୁ ମନ୍
         ହେବ ଖାଲି ତତ୍ ପର ।।

ସାଙ୍ଗରେ ପଡ଼ିବ ଭଜା, ଭର୍ତ୍ତା ଲୋଡା
          କେତେ ରକମ୍ ର ତିଅଣ
ଲଙ୍କା ଓ ପିଆଜ ବଡ଼ି, ବାଇଗଣ
          ତା"ସାଙ୍ଗେ ମିଶିବ ରସୁଣ ।।

ଶାଗ ଭଜା ସଙ୍ଗେ ଆଳୁ ପୋଡ଼ା ଆଉ 
         ମାଛ ଭଜା ଲେମ୍ବୁ ଲୁଣ 
ମିଶାଇ ଖାଇବ ଖଣ୍ଡ ଘୋଳ ଦହି
        ଜାଣିବ ସ୍ଵାଦ ର ଗୁଣ ।।

କଲରା ମସଲା କଦଳୀର ଭଜା
        ସୋରିଷ ଶୁଖୁଆ ରାଈ
ଆମିଷ ବାଲାଙ୍କ କଚେ ବାର୍ ହେବ
        ଖାଇବେ ଲାଳ ଗଡ଼ାଇ ।।

ଚୈତ୍ର ମାସରେ ନିମ୍ବ କଢ଼ି ଭଜା
        ଖାଇବାକୁ ଲାଗେ ମଜା
ଛତୁର ବେସର ଆମ୍ବୁଲର ରାଈ
          ମନ କରି ଦିଏ ତାଜା ।।

ଆଚାର, ପାମ୍ପଡ, ଆମ୍ବର ଚଟଣୀ
        ସାଥେ କଷି ଆମ୍ବ ଲସି
କଷି କାକୁଡି ଓ ଖଣ୍ଡ ନଡ଼ିଆକୁ
         ଚୋବାଇ ଖାଇବ ହସି ।।

ଆମ ପରମ୍ପରା ଓଡ଼ିଆ ପଖାଳ
      ଭୁଲ୍ ନାହିଁ ପ୍ରିୟ ଜନ
ପଖାଳ ରାଣୀ ଯେ ବିଦେଶ ଗଲାଣି
        ମୋହି ଲାଣି ସଭି ମନ ।। 

 ଢାବା, ଝୁମ୍ପୁଡି ଓ ପଞ୍ଚ ତାରକା ଠୁ
           ପଖାଳ କଲାଣି ରାଜୁତି
ଖରା ଦିନେ ଯିଏ ଖାଇଛି ପଖାଳ
           ଜାଣିଛି ତା କରାମତି ।।

କେଉଁ ଆବହମାନ କାଳରୁ ପଖାଳ
           ଦେବତାଙ୍କୁ ହୁଏ ଲାଗି
ଜଗନ୍ନାଥଙ୍କ ର ପ୍ରିୟ ଏ ପଖାଳ
           ମନରେ ରଖିବା ଜାଗି ।।

ଯଦି ନ ଖାଉଛ ପଖାଳକୁ କେବେ
        ଖାଅ ନିଶ୍ଚେ ଖରା ଦିନେ
 ଶରୀର ପାଇଁ ମହୋଷଧି ସମ
        ମନେ ରଖିବା ହେ ଜନେ ।

ଉତ୍କଳ ମାଟିର ଐତିହ ଆମର
         ପରମ୍ପରା ପଖାଳର
ସମସ୍ତଙ୍କ ହୃଦେ ରହୁ ସେ ଜୀବିତ
       ଟେକ ରହୁ ଓଡ଼ିଆର ।।

                 ** ଅମ୍ବିକା ସ୍ୱାଇଁ

                   ଭୁବନେଶ୍ୱର


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like