-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
16-Mar-2021
ଲୋଇସିଂହା, (ବିନୋଦ କୁମାର ଦୀପ): କେଶରିୟା ହିନ୍ଦୁ ବାହିନୀ ଆନୁକୂଲ୍ୟରେ ଲୋଇସିଂହା ଅଗ୍ରସେନ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସନ୍ତୋଷ ଭୋଳାଙ୍କ ନେତୃତ୍ୱରେ ଏକ ବୈଠକରେ ବିଭିନ୍ନ ସାଙ୍ଗଠନିକ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା l ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷ ଭୋଳା ଯୋଗ ଦେଇ ହିନ୍ଦୁ ବାହିନୀ କୁ ଉଦବୋଧନ ଦେଇଥିଲେ l ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଟାଉନ ପ୍ରେସିଡେଣ୍ଟ ସନ୍ତୋଷ ସାହୁ, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ସୁଶୀଲ ସାହୁ, ଶଙ୍କର
ଅଗ୍ରୱାଲ, ସୁଜର ବକୁଲ, ସୁଶଙ୍କର ଆଚାର୍ଯ୍ୟ, ଦେବରାଜ ନାଗ, ପ୍ରଶାନ୍ତ ମିଶ୍ର, ସୌଭାଗ୍ୟ ସ୍ୱାଇଁ, ବୁଲୁ ପରଧିଆ, କବି ସାହୁ, ସୁବ୍ରତ କୁଅଁର ପ୍ରମୁଖ କେଶରିୟା ହିନ୍ଦୁ ବାହିନୀ ବୈଠକକୁ ସହଯୋଗ କରି ସାଫଲ୍ୟମଣ୍ଡିତ କରିଥିଲେ l