-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Mar-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ):ପୁଣି ଆରମ୍ଭ ହେଲା ଖାକିର ଦାଦାଗିରୀ।ହୋମଗାର୍ଡଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗ୍ରାମରେ ଘଟିଛି। ପରକିୟାପ୍ରୀତିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି।ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡ ସୁଧାଂଶୁ ନାୟକ ରବିବାର ରାତି ପ୍ରାୟ ସାଢେ ଆଠଟାରେ ତାର୍ଜନ ନାୟକ ନାମକ ୩୬ ବର୍ଷୀୟ ବିବାହିତ ଯୁବକଙ୍କୁ ଲୁହା ଛଡରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଆଉ ଗୁରୁତର ଅବସ୍ଥାରେ ତାର୍ଜନଙ୍କୁ ପରିବାର ଲୋକ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହା ସହ ହୋମଗାର୍ଡଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ କେସ ନଂ- ୫୦/୨୧ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି ।