ଏଲ ଆଣ୍ଡ ଡି ଗ୍ଲୋବାଲ ପକ୍ଷରୁ ବାଣିଜ୍ୟ ରାଜ୍ୟ ଟପର ଙ୍କୁ ସମ୍ବର୍ଦ୍ଧନା
16-Oct-2020
ନୟାଗଡ଼( ପ୍ରଦୀପ କୁମାର ପଣ୍ଡା)- ଲର୍ଣିଂ ଆଣ୍ଡ ଡେ଼ଭଲପମେଣ୍ଟ ଗ୍ଲୋବାଲ ଭୁବନେଶ୍ୱର ଚାପଟର ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ବାଣିଜ୍ୟ ଟପର ହୋଇଥିବା ସୀତୁ ବେହେରା ଙ୍କୁ ନୟାଗଡ ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି | ଏହି ସମ୍ବର୍ଦ୍ଧନା ସଭାରେ ସଂସ୍ଥା ର ଡ଼ାଇରେକ୍ଟର ହରେକୃଷ୍ଣ ପଟ୍ଟନାୟକ ଏବଂ ଚାପଟର ଡ଼ାଇରେକ୍ଟର ରାଜା ସିଂ ଯୋଗଦେଇ ସୀତୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହି ସଭାରେ ନୟାଗଡ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧକ୍ଷ ସୁରେଶ କୁମାର ପ୍ରଧାନ, ବାଣିଜ୍ୟ ବିଭାଗର ଅଧ୍ୟାପକ ମାନେ ଯୋଗଦେଇ କରୋନା କଟକଣା କୁ ମାନି ସଭାକାର୍ଯ୍ୟକୁ ସମ୍ପାଦନ କରିଥିଲେ | ପ୍ରକାଶଥାଉକି ସୀତୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କସିକିଆରି ଗ୍ରାମରେ ଗୋଟିଏ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରି ନିଜର ପରିଶ୍ରମ ବଳରେ ରାଜ୍ୟ ରେ ପ୍ରଥମ ସ୍ଥାନ ନେଇଥିବାରୁ ପ୍ରଶଂସା ର ପାତ୍ର ହୋଇଛନ୍ତି |