-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ବୁର୍ଲା,୧୬/୧୦(ସଂଜୀବ ପାଣିଗ୍ରାହୀ)- ଗୁରୁତରଙ୍କୁ ରୋଗୀଙ୍କୁ ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ନର୍ସିଂହୋମ୍ର ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମରାଯାଇଛି | ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମରେ ଏପରି ଘଟଣା ଘଟିଛି| ତେବେ ଏହି ଘଟଣାରେ ସମଲେଶ୍ବରୀ ନର୍ସିଂହୋମ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ମାଡପିଟ ଓ ଭଙ୍ଗାରୁଜା କରିଥିବା ୨ ଜଣଙ୍କୁ ଅଟକ ରଖି ପଚରଉଚୁରା ଜାରି ରଖିଛି ବୁର୍ଲା ପୋଲିସ | ତେବେ ଏସବୁ ଘଟଣା ନର୍ସିଂ ହୋମ୍ ସିସିଟିଭିରେ କଏଦ ହୋଇଛି! ସେପଟେ କେବଳ ରୋଗୀ ସମ୍ପର୍କୀୟ ନୁହେଁ ନର୍ସିଂହୋମ୍ କର୍ମଚାରୀ ମଧ୍ଯ ମାଡପିଟ କରୁଥିବା ଅଭିଯୋଗ ହେବା ସହ ସିସିଟିଭିରେ କଏଦ ହୋଇଛି | ସୂଚନା ଅନୁସାରେ ପଡିଆବାହାଲ ଅଂଚଳର ଦେବୀଦତ୍ତ ମାଝୀ ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମକୁ ଆସିଥିଲେ | ତେବେ ତାଙ୍କର ଚିକିତ୍ସା ବିଳମ୍ବ ହେବାରୁ ତାଙ୍କ ସମ୍ପର୍କୀୟମାନେ ଉତ୍ଯକ୍ତ ହୋଇ ଭଙ୍ଗାରୁଜା କରିବା ସହ ମାଡପିଟ ଆରମ୍ଭ କରିଥିଲେ ବୋଲି ଥାନାରେ ଏତଲା ହୋଇଛି!!*