-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ବଲାଙ୍ଗୀର (ପ୍ରେରଣା ଖବର) ସିନେମା, ଆଲବମ୍, ୟୁଟ୍ୟୁବ ପରେ ଏବେ ଖେଳ ମଇଦାନରେ କଳାକାର । ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି କଳାକାର କ୍ରିକେଟ୍ ଲିଗ୍ । ଆଜିଠାରୁ ୨ ଦୁଇ ଧରି ଚାଲିବ ଏହି ମ୍ୟାଚ୍ । ସୋମବାର ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀ ଏହି କଳାକାର କ୍ରିକେଟ୍ ମ୍ୟାଚ୍ କୁ ଉଦଘାଟନ କରିଛନ୍ତି । ଗାନ୍ଧୀ ଷ୍ଟାଡିୟମଠାରେ ଏହି କଳାକାର ମ୍ୟାଚ୍ ର ଶୁଭାରମ୍ଭ ହୋଇଛି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରୁ କଳାକାରମାନେ ଆସି କ୍ରିକେଟରେ ତାଙ୍କର ରୁଚି ଦେଖାଇବା ସହ ଖେଳିଛନ୍ତି କ୍ରିକେଟ୍ ।
ପ୍ରଥମ ଦିନରେ ୬ଟି ମ୍ୟାଚ୍ ସମସ୍ତ ଟିମ୍ ମଧ୍ୟରେ ହେବାକୁ ଥିବା ବେଳେ ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ହେବ। ପ୍ରଥମ ଥର ପାଇଁ ଏଭଳି ଏକ କଳାକାରମାନଙ୍କ ମ୍ୟାଚ୍ କୁ ନେଇ ବେଶ୍ ଉତ୍ସାହ ଥିବାବେଳେ କଳାକାରମାନଙ୍କୁ ପରସ୍ପର ମଧ୍ୟରେ ଦେଖିବାକୁ ଏହା ଏକ ସୁଯୋଗ ବୋଲି କହିଛନ୍ତି କଳାକାର।