-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ବ୍ରହ୍ମପୁର(କୁମୁଦ ଚନ୍ଦ୍ର ବେହେରା) : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲି ଗ୍ରାମ ଛକରେ ବୁଲିଛି ଖଣ୍ଡା । ଝାଡ଼ାଙ୍କୁଲି ଗ୍ରାମରେ କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ହାଣିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ପ୍ରଶାନ୍ତ ଗୁରୁତର ହୋଇଛନ୍ତି ।
ସଙ୍ଗେ ସଙ୍ଗେ ପ୍ରଶାନ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ବରକୁ ପଠାଯାଇଛି। ସଦର ଥାନା ଅଧିକାରୀ ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। କୌଣସି ଏକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି। ସୂଚନା ଅନୁସାରେ କୋରା ଓ ତାଙ୍କ ପୁଅ ପ୍ରଶାନ୍ତ ନିଜ ସମ୍ପର୍କୀୟଙ୍କ ଘରୁ ଫେରିବା ସମୟରେ ଏହି ଆକ୍ରମଣ ଘଟିଛି ।