-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ପାରଳାଖେମୁଣ୍ଡି(ପ୍ରେରଣା ଖବର) : ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ(୨୧) ଓ ଟାଲୁରୁ ଶ୍ରୀନୁ(୨୮)। ଆରିବା ଗାଁର ଏକ ବନ୍ଦ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବାଲ୍ ଓ ଟାଲୁରୁଙ୍କ ମୃତଦେହ ଉଦ୍ଧାର ହୋଇଛି।
ଶିବାଲ୍ ଓ ଟାଲୁରୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଶିବାଲଙ୍କ ପରିବାର ଲୋକେ ଅନ୍ୟ ପୁଅ ସହ ତାଙ୍କର ବିବାହ କରିବା ପାଇଁ ଯୋଜନା କରିଥିଲେ। ଏହାପରେ ଉଭୟ ଶିବାଲ୍ ଓ ଟାଲୁରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ ସୂଚନା ଦେଇଛି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।