-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ନର୍ଲା - (ସଞ୍ଜୀବ ଦାସ) ସମ୍ବଲପୁର ରେଳ ଡିଭିଜନ ଅଧିନସ୍ଥ ରୃପ୍ରାରୋଡ଼ ରେଳ ଷ୍ଟେସନ ମାଷ୍ଟରମାନେ କ୍ୟାଣ୍ଡଲ ଜଳାଇ ଗୁରୁବାର ଦିନ ରୁପ୍ରା ରୋଡ ରେଳ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ୪୩,୬୦୦ଟଙ୍କାରୁ ଉର୍ଦ୍ଧ ବେସିକ୍ ପେ’ ପାଉଥିବା କର୍ମଚାରୀଙ୍କୁ ରାତ୍ରୀକାଳନୀ ଡ୍ୟିୁଟି ଭତାକୁ ହ୍ରାସ କରି ଦିଆଯାଇଛି । ରେଳ ବିଭାଗ ନିଷ୍ପତି ନେବା ସହ ବୋନସ ବନ୍ଦ କରାଯାଇଥିବା ଜଣାପଡିଛି ।
ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଗୁରୁବାର ସର୍ବଭାରତୀୟ ସ୍ତରରେ କରାଯାଉଥିବା ବେଳେ ରୂପ୍ରା ରୋଡ଼େ ରେଳ ଷ୍ଟେସନ ପ୍ରତିବାଦ କାର୍ଯ୍ୟକ୍ରମରେ ଷ୍ଟେସନ ମାଷ୍ଟର ଓ ଷ୍ଟେସନ ଷ୍ଟାଫ ପ୍ରମୁଖ ଯୋଗ ଦେଇଥିଲେ ।