-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର ଆଦିବାସୀ ଗରିବ ବିଧବା ମହିଳାଙ୍କୁ ସ୍ବାମୀ ର ମୃତ୍ୟୁ ୧ରୁ ୩ ବର୍ଷ ପରେ ବି ବିଧବା ଭତ୍ତା ଜାତୀୟ ପରିବାର ମଙ୍ଗଳ ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବିଧବା ଗୈାରୀ ବରିହା ଙ୍କ ସ୍ବାମୀ ଭଗବାନ ରକ୍ତ ହୀନତା ଜନିତ ରୋଗ ରେ ଗତ ତା ୧୯.୦୩.୧୯ ରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଭଗବାନ ପରିବାର ଜଣେ ରୋଜଗାରିଆ ବ୍ୟକ୍ତିଥିବାରୁ ତାଙ୍କ ସ୍ତ୍ରୀ ଗୈାର ,ପୁଅ ଅନିରୁଦ୍ଧ ଙ୍କୁ ଧରି ବହୁ କଷ୍ଟରେ ପରିବାର ଚଳାଉଛନ୍ତି ଗୈାର କହିଛନ୍ତି । ବିଧବା ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି ମିଳିବା ପାଇଁ ବାରମ୍ବାର ଆବେଦନ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।।
ଠିକ୍ ସେହିପରି ସତ୍ୟଭାମା ବରିହା ଙ୍କ ସ୍ବାମୀ ଗୈାର ବରିହା ମଧ୍ୟ ମେଦବହୁଲତା ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ତା ୨୮.୦୮.୨୦୧୫ ଦିନ ମୃତ୍ୟୁ ବରଣ କରିଥିଲେ । ସୁଚନା ଯୋଗ୍ୟ ଯେ ବିଧବା ସତ୍ୟଭାମା ଙ୍କୁ ବିଧବା ଭତ୍ତା ମିଳିଥିବା ବେଳେ ତାଙ୍କ ସ୍ବାମୀ ଙ୍କ ମୃତ୍ୟୁ ୩ ବର୍ଷ ପରେ ବି ମିଳୁନି ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି । ଆଦିବାସୀ ବିଧବା ଗୋରୀ ଓ ସତ୍ୟଭାମା ବିପିଏଲ ପରିବାର ହୋଇ ଥିବା ବେଳେ ସରକାରୀ ସହାୟତା ରୁ ବଂଚିତ ହୋଇଛନ୍ତି । ଏନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନା ଙ୍କ ଦୃଷ୍ଟି ଆକର୍ଷଣ ବାରୁ ଆବେଦନ କରିଥିବା ପ୍ରମାଣ ପତ୍ର କୁ ତନଖି କରି ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।।