-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ଖଡ଼ିଆଳ,(ପ୍ରେରଣା ଖବର ବ୍ୟୁରୋ): ଯୋଗାଣ ସହାୟକ ଭାବେ ଦୀର୍ଘ ଆଠ ବର୍ଷ ଧରି ଖରିଆର ବ୍ଲକ ଅନ୍ତର୍ଗତ ଭୋଜପୁର ପଞ୍ଚାୟତ ରେ କାର୍ଯ୍ୟ କରୁଥିବା ସୁରେନ୍ଦ୍ର ଭୋଇ ଙ୍କ ର ଆକସ୍ମିକ ଭାବେ ଗତ ଡିସେମ୍ବର ମାସ ୧୯ ତାରିଖ ଦିନ ମୃତ୍ୟୁ ଘଟିଥିଲା । ମୃତ ଶ୍ରୀ ଭୋଇ ଙ୍କ ସ୍ତ୍ରୀ ଓ ଦୁଇ ଛୋଟ ଶିଶୁ ଥିବାବେଳେ ସେ ପରିବାର ର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିଲେ । ତାଙ୍କ ସ୍ତ୍ରୀ ଶ୍ରୀମତୀ ସୁଚରିତା ଭୋଇ ତାଙ୍କ ମୃତ ସରକାରୀ ନିୟମାନୁସାରେ ମୃତ୍ୟୁ ପରେ ଉକ୍ତପରିବାର ର ଅନ୍ୟ ସଦସ୍ୟ ଯୋଗ୍ୟତା ଅନୁସାରେ ନିଯୁକ୍ତି ବ୍ୟବସ୍ଥା ରହିଛି । ପରିତାପର ବିଷୟ ଯେ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ରୂପେ ପଞ୍ଚାୟତ ସରପଞ୍ଚ ଉକ୍ତ ମୃତ ସ୍ୱାମୀ ଶ୍ରୀ ସୁରେନ୍ଦ୍ର ଭୋଇ ଙ୍କ ସ୍ତ୍ରୀ ସୁଚରିତା ଭୋଇ ଙ୍କୁ ଉକ୍ତ ସ୍ଥାନରେ ନିଯୁକ୍ତି ପାଇଁ ସେ ଆବେଦନ କରି ବର୍ତ୍ତମାନ ସୁଦ୍ଧା କିଛି ସୁଫଳ ମିଳି ପାରି ନ ଥିବା ଜଣା ଯାଇଛି । ଏ ନେଇ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ନିରାଶ ହୋଇଥିବା ଜଣାପଡିଛି । ବିଭାଗୀୟଉଚ୍ଚ ପଦାଧିକାରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅସହାୟ ଅବସ୍ଥାରେ ଥିବା ସୂଚରିତାଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଜନସେବା ସଙ୍ଘ ତରଫରୁ ଦାବି କରା ଯାଇଛି ।