-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2020
ଡ୍ରଗ୍ସ ଲିଙ୍କରେ ବଲିଉଡ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ଡାଇରେକ୍ଟର କ୍ଷୀତିଜ ପ୍ରସାଦଙ୍କୁ ଏନସିବି ଗିରଫ କରିଛି। ସେ ଅଧିକାରୀକ ଭାବେ ଧର୍ମା ପ୍ରଡକ୍ସନର ଇପି ଅର୍ଥାତ୍ ଏକଜିକ୍ୟୁଟିଭ୍ ପ୍ରଡ୍ୟୁସର ଅଟନ୍ତି। କିଛି ଦିନ ତଳେ ଏନସିବି ତାଙ୍କୁ ମାରାଥନ ଜେରା କରୁଥିଲା ଏବଂ ଆଜି ଶେଷର ଗିରଫ ମଧ୍ୟ କରିଛି। ଦିନକ ପୂର୍ବରୁ କ୍ଷୀତିଜଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ନେବା ଅଭିଯୋଗରେ ଏନସିବି କ୍ଷୀତିଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି!!*