-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବଲାଙ୍ଗିର,(ପ୍ରେରଣା ଖବର ବ୍ୟୁରୋ) ରେକର୍ଡ ଭାଙ୍ଗିବାକୁ ବସିଲାଣି ଖରା । ଆରମ୍ଭରୁ ଲୋକେ ଡହଳ ବିକଳ ହେଲେଣି । ତା ସାଙ୍ଗକୁ ବଲାଙ୍ଗୀର ସହରର ୪ ନମ୍ବର ୱାର୍ଡ ଠିକାଦାର ପଡାରେ ଜଳ ସଂଙ୍କଟ ଏବେ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ଏଠାରେ ଡ୍ରେନ ନିର୍ମାଣ ବେଳେ ପିଏଚଡି ପାଇପ ଭାଙ୍ଗିଯାଇଥିବାରୁ ଦୀର୍ଘ ୮ ଦିନ ହେଲା ପାଣି ବନ୍ଦ ରହିଛି । ଯେଉଁଥି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଡା ବାସି ।
ବଲାଙ୍ଗୀର ସହରରେ ସମୁଦାୟ ୨୧ଟି ୱାର୍ଡ ରହିଛି । ସେଥିମଧ୍ୟରୁ ୪ ନମ୍ବର ୱାର୍ଡ ଠିକାଦାରପଡାରେ ଏପରି ଘଟଣା ଦେଖିବାକୁ ମିଳିଛି । ଖରା ମାସ ଆସିଲେ ବିଭିନ୍ନ ପଡାରେ ଏଭଳି ସମସ୍ୟା ମାନ ଦେଖାଦେଇଥାଏ । କିନ୍ତୁ ଆରମ୍ଭରୁ ହିଁ ଠିକାଦାରଙ୍କ ଭୁଲ ପାଇଁ ଏବେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ପଡାବାସି ।
ପାଖାପାଖି ୫ ଶହରୁ ଏକ ହଜାର ଲୋକ ପିଇବା ପାଣି ପାଇଁ ଏବେ ୮ ଦିନ ହେଲା ନାହିଁ ନଥିବା ହଇିରାଣ ହେଉଛନ୍ତି । ପୌରପରିଷଦ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପିଏଚଡି ବିଭାଗକୁ ଲିଖିତ ଭାବରେ ପଡ଼ାବାସୀ ଜଣାଇସାରିଛନ୍ତି । ହେଲେ ଏହାର ସମାଧାନ କରାଯାଇ ପାରିନାହିଁ । କିଛି ପରିବାର ପାଖରେ ଥିବା ନଳକୂପ ଉପରେ ନିର୍ଭର କରି ଚଳୁଛନ୍ତି ତ ଆଉ କିଛି ୧ କିଲୋମିଟର ଦୂରରେ ଥିବା ପିଏଚଡି କାର୍ଯ୍ୟାଳୟକୁ ଯାଇ ପାଣି ଆଣୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଡ଼ାବାସୀ ଦାବି କରିଥିବା ବେଳେ ପାଣି ନଆସିଲେ ପିଏଚଡି କାର୍ଯ୍ୟାଳୟ ଘେରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନି ଦେଇଥିବା ଜଣାପଡ଼ିଛି ।