-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଗୋଟେ ପୁରୁଣା ନଳକୂପ ଉପରେ ମାଡିଯାଇଛି ଏକ କଂକ୍ରିଟ ରାସ୍ତା l ଏହି ଦୃଶ୍ୟଟି ହେଉଛି ଲୋଇସିଂହା ବ୍ଲକ ବାଦିବାହାଲ ପଂଚାୟତ ଭାଲିଆମୁଣ୍ଡା ଗ୍ରାମର l ଗ୍ରାମଠୁ ଭାଲିଆମୁଣ୍ଡା ଛକ ମଝିରେ କିଛି ବାଟ ଏକ ନୂତନ କଂକ୍ରିଟ ରାସ୍ତା ନିର୍ମିତ ହୋଇଛି ଯାହାକି ଗୋଟେ ପୁରୁଣା ନଳକୂପ ଉପରେ ମାଡିଯାଇଛି l ପ୍ରଶାସନ ର ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଦୁର୍ଦଶା ର ସମ୍ମୁଖୀନ ହେଉଛନ୍ତି l ରାତ୍ରୀ ସମୟରେ ଯାତ୍ରୀଙ୍କ ଲାଗି ନଳକୂପଟି ବିପଦସଂକୁଳ ଅବସ୍ଥାରେ ଝୁଲି ରହିଛି ଏଣୁ ବେଳ ଥାଉଥାଉ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ l