-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବୁଗୁଡା:(ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ପାଞ୍ଚାୟତ ସମିତି ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବୁଗୁଡା ବି.ଡ଼ି.ଓ. ତନ୍ମୟ ପାତ୍ର, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବି.ଏସ.ଏସ.ଓ. ସୁପ୍ରିୟା ତ୍ରିପାଠୀ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଉପକୃତ ହୋଇଥିବା ୧୦ ଜଣ ହିତାଧିକାରୀମାନେ ହେଲେ ଗୋଲିଆ ପାଞ୍ଚାୟତର ସତ୍ୟଭାମା ପ୍ରଧାନ ଓ ଧୋବା ଖଟେଇ, ମୋଟାବାଡ଼ି ପାଞ୍ଚାୟତର ରବୀନ୍ଦ୍ର ନାଇକ ଓ ମଙ୍ଗୁଳୁ ପ୍ରଧାନ, ଖୋଳଖାଳି ପାଞ୍ଚାୟତର ଯୋଗୀନ୍ଦ୍ର ଗୌଡ଼ ଓ ରିଙ୍କୁ ପ୍ରଧାନ, ଜି.ବୋରଦା ପାଞ୍ଚାୟତ ର ମାଲ ଗୌଡ଼, ପାଙ୍ଗିଡି ପାଞ୍ଚାୟତର ବିପିନ ସ୍ଵାଇଁ, ଭାଗବାନପୁର ପାଞ୍ଚାୟତର ଗାଣ୍ଡୁ ମୁଳି, ଏବଂ ବି.କରଡ଼ାବାଡ଼ି ପାଞ୍ଚାୟତର ସିଦ୍ଧାନ୍ତ ଗୌଡ଼ ।