-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବଲାଙ୍ଗୀର(ପ୍ରେରଣା ଖବର): ଭାରତ ସଞ୍ଚାର ନିଗମ ଲିଃ ର ଟେଲିଫୋନ ସେବା ରେ ତ୍ରୁଟି ନେଇ ଜିଲ୍ଲା ଖାଉଟି ଅଦାଲତ ରେ ଏକ ଦାୟର ମାମଲା କ୍ରମେ ବଲାଙ୍ଗୀର ଜିଲ୍ଲା ବିଚାରପତି ଆର୍ଥିକ କ୍ଷତି ପୁରଣ ପ୍ରଦାନ କରିବା କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଜିଲ୍ଲା ଟେଲିକମ ବିଭାଗ ନିକଟରେ ଏକ ମୋବାଇଲ ପାଇଁ ୯୪୩୮୩୭୯୯୩୩ ନମ୍ବର ଯୁକ୍ତ ସିମ କିଣି ବ୍ୟବହାର କରିବା ର ସାତ ଦିନ ପରେ ଅଚଳ ହୋଇଯାଇଥିଲା । ଏ ନେଇ ଉକ୍ତ ସିମ କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରି ସୁଦ୍ଧା ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନ ଥିବାରୁ ଏ ନେଇ ବଲାଙ୍ଗୀର ଜିଲ୍ଲା ଖାଉଟି ଅଦାଲତ ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ତେବେ ଉକ୍ତ କିଣା ଯାଇଥିବା ବି ଏସ ଏନ ଏଲ ସିମ ର ରସିଦ ଓ ଅନ୍ୟ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ମାନ୍ୟବର ବିଚାରପତି ତିନି ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଉକ୍ତ ନମ୍ବର କାର୍ଯ୍ୟକାରୀ କରିବା କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ସିମ କିଣିଥିବା ଦେବରାଜ କୁମାର ନାମକ ବ୍ୟକ୍ତି ଙ୍କ ତରଫରୁ ସନ୍ତୋଷ ନାୟକ ମାମଲା ପରିଚାଳନା କରୁଥିବା ବେଳେ ଉକ୍ତ ଭାରତ ସଞ୍ଚାର ନିଗମ ଲିଃ ତରଫରୁ ବରିଷ୍ଟ ଆଇନ ଜୀବୀ ପ୍ରମୋଦ ମିଶ୍ର ମୋକଦ୍ଦମା ପରିଚାଳନା କରୁଥିଲେ ।