-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବଲାଙ୍ଗୀର(ପ୍ରେରଣା ଖବର) : ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ। ଅଣଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ପଶି ଛାତ୍ରମାନଙ୍କୁ ମାଡ଼ପିଟ କରୁଛନ୍ତି। ଗତ କିଛିଦିନ ତଳେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଗେଟ୍କୁ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। ବାରମ୍ୱାର ଏଭଳି ଘଟଣା ଘଟୁଥିବାରୁ ପରିବେଶ ଅଶାନ୍ତ ହୋଇପଡ଼ିଛି। ଏମିତି ପରିବେଶରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ବିଶ୍ବବିଦ୍ୟାଳୟକୁ ପୁଲିସ ସୁରକ୍ଷା ଯୋଗାଇ ଦେବା, ଅସାମାଜିକ ଅଣଛାତ୍ରଙ୍କୁ ସାବାଡ଼ କରିବା ଦାବିରେ ଗୁରୁବାର ଦିନ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଟାୟାର ଜାଳି ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ବହୁ ସମୟ ଧରି ଅବରୋଧ କରି ରଖିଥିଲେ। ପୁଲିସ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ।