-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଜଣେ ନାବାଲିକାର ବିବାହ ପ୍ରସ୍ତୁତୀ ସରିଥିଲା । ହାତଗଂଠି ପଡିବାର ଥିଲା । ବାଲ୍ୟ ବିବାହ ହେଉଥିବା ଖବର ପାଇ ମାଡି ବସିଲା ପ୍ରଶାସନ । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ଉଲୁଣ୍ଡା ବ୍ଲକ ଲସ୍ତଲା ଗ୍ରାମରେ । ଲସ୍ତଲା ଗ୍ରାମରେ ଆଜି ଜଣେ ନାବାଲିକାର ବିବାହ ପାଇଁ ପ୍ରସ୍ତୁତି ସରିଥିଲା । ବନ୍ଧୁ ବାନ୍ଧବ ବି ଆସିଥିଲେ । ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା । କିଛି ସମୟ ମଧ୍ୟରେ ହାତଗଂଠି ମଧ୍ୟ ପଡିଯାଇଥାନ୍ତା । ହେଲେ ବାଲ୍ୟ ହେଉଥିବା ଖବର ପାଇଁ ଆଇସିଡିଏସ ସିଡିପିଓ ମାଧୁରୀ ହୋତା, ସୁପରଭାଇଜର କନକଲତା ନେପାକ, ଅଙ୍ଗନୱାଡି କର୍ମୀ ଜସ୍ନାମୟୀ ଭରାସାଗର, ଚାଇଲଡ ଲାଇନର ସୁଦାମ ଗାଇଗରିଆ, ପ୍ରମୋଦିନୀ ପଣ୍ଡା, କାଉନସେଲର ତୃପ୍ତିମୟୀ ପଧାନଙ୍କ ସମେତ ପୁଲିସ ପହଂଚି ଚଡାଉକରି ନାବାଲିକାକୁ ଉଦ୍ଧାର କରିବାସହ ବିବାହକୁ ବନ୍ଦ କରିଥିଲେ । ସେହିପରୀ ଗୌଡଗାଁରେ ମଧ୍ୟ ବାଲ୍ୟ ବିବାହ ପାଇଁ ନିର୍ବନ୍ଧର ଆୟୋଜନ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିଲା । ଉଭୟ ପରିବାରଙ୍କ ଠାରୁ ପ୍ରସାଶନ ଚୁକ୍ତି ସ୍ୱାକ୍ଷର କରାଇଥିବା ଜଣାପଡିଛି । ଉଲୁଣ୍ଡା ଅଂଚଲରେ ସଚେତନତା ଅଭାବରୁ ଦିନକୁ ଦିନ ବାଲ୍ୟ ବିବାହ ବଢିବାରେ ଚାଲିଛି ।