-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ଆନନ୍ଦପୁର(ପ୍ରେରଣା ଖବର) :ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ହ୍ୟୁମାଲ୍ ନାମକ ଏକ ବସ୍ କରଞ୍ଜିଆରୁ ଭୁବନେଶ୍ୱର ଆସୁଥିଲା । କିନ୍ତୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜଆ ରାସ୍ତାରେ ଥିବା ଏକ ଘାଟି ନିକଟରେ ବସ୍ଟି ଅତିକ୍ରମ କରୁଥିବା ସମୟରେ ହଠାତ୍ ଦୁର୍ଘଟଣାର ଶିକାର ହୋଇଯାଇଛି । ବସ୍ରେ ୪୦ଜଣ ଯାତ୍ରୀ ଅଳ୍ପକେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ।
ସେପଟେ ଦୁର୍ଘଟଣାରେ କିଛି ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିବାର ସୂଚନା ମଧ୍ୟ ରହିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନ୍ଭିନ୍ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ ।