-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବଲାଙ୍ଗିର,(ସନ୍ତୋଷ କୁୁମାର ଠାକୁର)ବଲାଙ୍ଗିର ଜିଲ୍ଲାରେ ପ୍ରାଥମିକ ଚିକିତ୍ସା ତାଲିମକୁ ତ୍ୱରାନ୍ୱୀତ କରିବା ଉଦ୍ଦେଶ୍ୟରେ ବଳିଷ୍ଠ ଯୋଜନା ନେଇ ରାଜ୍ୟ ସଂପାଦକ ତଥା କମିଶନର ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତକାର ତଥା ପରିଦର୍ଶନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । । ଓଡିଶା ରାଜ୍ୟ ଶାଖା ସେଣ୍ଟଜନ ଆମ୍ବୁଲେନସ୍ର ସଂପାଦକ ତଥା ରାଜ୍ୟ କମିଶନର ଡା. ସନତ କୁମାର ପଟ୍ଟନାଏକ ବଲାଙ୍ଗିର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଅଛନ୍ତି । ଆନ୍ତଃରଷ୍ଟ୍ରୀୟ ଅନୁଷ୍ଠାନ ସେଣ୍ଟଜନ ଆମ୍ବୁଲେନସ ସାରା ବିଶ୍ୱରେ ସାଧାରଣ ଜନତାଙ୍କ ଆକଷ୍ମିକ ଦୂର୍ଘଟଣା ଜନିତ ମୁତ୍ୟୁର ସୁରକ୍ଷା ଦେବା ନିମନ୍ତେ ପ୍ରାଥମିକ ଚିକିତ୍ସା ଶିକ୍ଷାର ବହୁଳ ପ୍ରସାର କରୁଅଛନ୍ତି । ରାଜ୍ୟ ଶାଖା ଜିଲ୍ଲା ସ୍ତରୀୟ ପ୍ରାଥମିକ ଚିକିତ୍ସକଙ୍କ ସହାୟତାରେ ଡ୍ରାଇଭର, ପୋଲିସ କର୍ମି, ଶିଳ୍ପାନୁଷ୍ଠାନରେ ବିପଦର ସମନା କରୁଥିବା ଶ୍ରମିକ ଗୋଷ୍ଠୀ, ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ଶିକ୍ଷା ତାଲିମ ଦେଇ ମୂଲ୍ୟବାନ ଜୀବନକୁ ସୁରକ୍ଷା କରିବାକୁ ସବୁବେଳେ ପ୍ରଚେଷ୍ଟା କରୁଅଛନ୍ତି ।
ବଲାଙ୍ଗିର ଜିଲ୍ଲାରେ ଆଗାମୀ ଦିନରେ କିଭଳି ପ୍ରାଥମିକ ଚିକିତ୍ସା ଶିକ୍ଷା ତାଲିମକୁ ପ୍ରସାର କରାଯାଇପାରିବ ସେ ବିଷୟରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକାରୀ କୁଶଲକାର ନିତିନ ଡାଗଡୁ, ଆରଟିଓ ପ୍ରଣୟ କୁମାର ମିଶ୍ର ପ୍ରମୁଖ ସେଣ୍ଟଜନ ସଂସ୍ôଥାର ସହାୟତାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରିବାକୁ ଯୋଜନା କରିଅଛନ୍ତି । ଡା. ସୁଶାନ୍ତ ଚାନ୍ଦ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ତଥା ଡିଭିଜନାଲ କମାଣ୍ଡର ରବିଚନ୍ଦ୍ର ପଶାୟତ, ଫର୍ଷ୍ଟ ଏଡର ରାମ ନାରାୟଣ ଦାଶ, ଦୂର୍ଯ୍ୟୋଧନ ପଶାୟତ, ଲକ୍ଷ୍ମୀକାନ୍ତ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।